ଭୁବନେଶ୍ବର,୨୫/୧୨ : ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ଜଣ ନକ୍ସଲବାଦୀ ନିହତ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ କହିଛନ୍ତି ଆଜି ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, ନକ୍ସଲମୁକ୍ତ ଭାରତ ଗଠନ ଅଭିଯାନରେ ଆଜି ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । କନ୍ଧମାଳ ଜିଲ୍ଲାରେ ଚାଲୁଥିବା ମିଳିତ ଅପରେସନରେ ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ଜଣ ନକ୍ସଲବାଦୀ ନିହତ ହୋଇଛନ୍ତି।
ଆମର ସାହସୀ ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହସ ଓ ସଠିକ ସମନ୍ୱୟ ପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି। ସେମାନଙ୍କର ଏହି ନିଷ୍ଠାପର ଉଦ୍ୟମ ଓଡ଼ିଶାକୁ ନକ୍ସଲବାଦ ମୁକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।
ଆମ ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ନକ୍ସଲମୁକ୍ତ କରିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ। ରାଜ୍ୟର ବିକାଶ ଏବଂ ଜନସାଧାରଣଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। କେବଳ ଶାନ୍ତି ଏବଂ ପ୍ରଗତି ହିଁ ଆମ ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣ କରିବ।
ନକ୍ସଲମୁକ୍ତ ଭାରତ ଗଠନ ଅଭିଯାନରେ ଆଜି ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କନ୍ଧମାଳ ଜିଲ୍ଲାରେ ଚାଲୁଥିବା ମିଳିତ ଅପରେସନରେ ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ଜଣ ନକ୍ସଲବାଦୀ ନିହତ ହୋଇଛନ୍ତି।
— Mohan Charan Majhi (@MohanMOdisha) December 25, 2025
ଆମର ସାହସୀ ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହସ ଓ ସଠିକ ସମନ୍ୱୟ ପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି।…
ସୂଚନାଯୋଗ୍ୟ ଯେ, ସେଣ୍ଟ୍ରାଲ କମିଟି ମେମ୍ବର ତଥା ଓଡ଼ିଶା ମାଓ ସଂଗଠନର ମୁଖିଆ ଗଣେଶ ନିହତ ହୋଇଛି । ସୁରକ୍ଷା ବାହିନୀର ଏନକାଉଣ୍ଟରରେ ସମାଧି ନେଇଛି କୋଟିଏ ଟଙ୍କିଆ ମୁଣ୍ଡ । ଗୁରୁବାର କନ୍ଧମାନ ଜିଲ୍ଲା ଚକାପାଦ ଅନ୍ତର୍ଗତ ଗସମା ଅଞ୍ଚଳ ଅର୍ଥାତ୍ ଗଞ୍ଜାମ ଜିଲ୍ଲା ରମ୍ଭା ସୀମାନ୍ତ ଜଙ୍ଗଲରେ ଏକାଧିକ ମାଓବାଦୀ ଲୁଚିଥିବା ନେଇ ସୁରକ୍ଷା ବାହିନୀକୁ ଗୁଇନ୍ଦା ଇନପୁଟ୍ ମିଳିଥିଲା । ଏହା ପରେ ସୁରକ୍ଷା ବାହିନୀର ୨୩ଟି ଟିମ୍ ସ୍ଥାନୀୟ ଜଙ୍ଗଲରେ କୁମ୍ବି ଅପରେସନ କରିଥିଲା । ଏସଓଜିର ୨୦ ସିଆରପିଏଫର ୨ଟି ଏବଂ ବିଏସଏଫର ଗୋଟିଏ ଟିମ୍ ଏହି ଅପରେସନରେ ସାମିଲ୍ ଥିଲେ । ସୁରକ୍ଷା ବାହିନୀକୁ ଦେଖି ମାଓବାଦୀମାନେ ଗୁଳି ମାଡ଼ କରିଥିଲେ । ଏଥିରେ ସେଣ୍ଟ୍ରାଲ କମିଟିର ଟପ୍ ମାଓ ନେତା ତଥା ଓଡ଼ଶା ସଂଗଠନର ମୁଖିଆ ଗଣେଶର ମୃତ୍ୟୁ ହୋଇଛି । ପୂର୍ବରୁ ଗଣେଶ ମୁଣ୍ଡ ବଦଳରେ ପୁଲିସ ୧ କୋଟି ୧୦ ଲକ୍ଷ ଟଙ୍କା ଘୋଷଣା କରିଥିଲା ।