ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ସାମଗ୍ରୀ ଯୋଗାଣ ବାବଦ ମାତ୍ର ୧୫ ଲକ୍ଷ ଟଙ୍କା ଦେଲେନି ମାଲିକ, ୫୦ କୋଟିର ଜାହାଜ ଗିରଫ

Published By : Prameya | December 31, 2024 10:52 AM

କଟକ,୩୧/୧୨: ସାମଗ୍ରୀ ଯୋଗାଣ ବାବଦ ମାତ୍ର ୧୫ଲକ୍ଷ  ଟଙ୍କା ପ୍ରଦାନ ନକରିବାରୁ ପାରାଦୀପ ବନ୍ଦରରେ ଥିବା ଏକ ଜାହାଜକୁ  ଗିରଫ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚୁକ୍ତି ମୁତାବକ ଅର୍ଥ  ନପାଇବାରୁ ଏମ୍‌.ଏଚ୍‌ ବ୍ଲାଣ୍ଡ୍‌ ଏସ୍‌. ଏଲ୍‌ ନାମକ ଏକ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟର  ଅବକାଶକାଳୀନ ବିଚାରପତି ଜଷ୍ଟିସ୍‌  ଏମ୍‌.ଏସ୍‌. ରମଣ ମାମଲାର ଶୁଣାଣି  କରି ୧୫ ଲକ୍ଷ ଟଙ୍କା ଦେଇନଥିବାରୁ  ୫୦ କୋଟିରୁ ଅଧିକ ମୂଲ୍ୟର ଏହି ଜାହାଜକୁ ଗିରଫ କରି ପାରାଦୀପରେ  ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।   

ଆବେଦନକାରୀ ଅଦାଲତଙ୍କ  ଏହି ଆଦେଶକୁ ଫ୍ୟାକ୍ସ, ଇ-ମେଲ୍‌  କିମ୍ବା ନିଜ ହାତରେ ଜାହାଜ କର୍ତ୍ତୃପକ୍ଷଙ୍କୁ  ପ୍ରଦାନ କରିପାରିବେ । ଆହୁରି ମଧ୍ୟ  ଆବେଦନକାରୀ ନିଜେ ୱାରେଣ୍ଟ  ଆରେଷ୍ଟକୁ ମଧ୍ୟ ପ୍ରଦାନ କରିପାରିବେ  ବୋଲି ହାଇକୋର୍ଟ ତାଙ୍କ ଆଦେଶରେ  ଉଲ୍ଲେଖ କରିଛନ୍ତି । ଏଥିସହ ହାଇକୋର୍ଟ  ଗିରଫ ଜାହାଜ ଏମ୍‌ଭି ପର୍ପଲ୍‌  ଫର୍ଚୁନ୍‌(ଆଇଏମ୍‌ଓ-୯୫୦୦୬୯୯) ର ମାଲିକଙ୍କୁ ଜବାବ ରଖିବା ଲାଗି  ନୋଟିସ୍‌ ଜାରି କରିଛନ୍ତି । ମାମଲାର  ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ  ୨ ତାରିଖ ପରେ କରାଯିବ ।   

ଏମ୍‌.ଏଚ୍‌ ବ୍ଲାଣ୍ଡ୍‌ ଏସ୍‌.ଏଲ୍‌ ପକ୍ଷରୁ  ରୁଜୁ ଏହି ମାମଲାକୁ ଆଜି ତ୍ୱରିତ  ଭାବେ ଗ୍ରହଣ କରି ବିଚାର କରିବାକୁ  ପ୍ରାର୍ଥନା କରାଯାଇଥିଲା । ଆବେଦନକାରୀ  ସଂସ୍ଥା ଦର୍ଶାଇଥିଲେ ଯେ, ଯଦି ଆଜି  ଏହି ମାମଲା ବିଚାର ପାଇଁ ଗ୍ରହଣ  ନହୁଏ ତାହେଲେ ଆସନ୍ତାକାଲି ସକାଳ ୬ଟାରେ ଏହି ଜାହାଜ ପାରାଦୀପ  ବନ୍ଦର ଛାଡ଼ି ଚାଲିଯିବ । ତେଣୁ  ଆସନ୍ତା ୨ ତାରିଖ ଅଦାଲତ ଖୋଲିବା  ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ପାଇଁ  ଅପେକ୍ଷା କରିହେବ ନାହିଁ । ଫଳରେ ସୋମବାର ଅବକାଶକାଳୀନ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଥିଲା ।  

ଏଥିରେ ଏମ୍‌.ଏଚ୍‌ ବ୍ଲାଣ୍ଡ୍‌ ଏସ୍‌ଏଲ୍‌  ପକ୍ଷରୁ ଦର୍ଶାଯାଇଥିଲା ଯେ, ଏହି  ଜାହାଜର କମ୍ପାନୀ ପକ୍ଷରୁ ଅନୁରୋଧ  କ୍ରମେ ଆବେଦନକାରୀ ସଂସ୍ଥା କିଛି ସାମଗ୍ରୀ ଯୋଗାଣ କରିଥିଲେ । କିନ୍ତୁ  ଜାହାଜ କର୍ତ୍ତୃପକ୍ଷ ଧାର୍ଯ୍ୟ ଅର୍ଥ ପ୍ରଦାନ  କରିନଥିଲେ । ଫଳରେ ଆବେଦନକାରୀ  ସଂସ୍ଥା ମୂଳ ସହ ସୁଧ ଏବଂ ମାମଲା  ପରିଚାଳନା ଖର୍ଚ୍ଚକୁ ମିଶାଇ ୧୫ଲକ୍ଷ  ଟଙ୍କାର କ୍ଷତିପୂରଣ ରାଶି ପ୍ରାର୍ଥନା କରି  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ହାଇକୋର୍ଟ ଏହି ମାମଲାର ଶୁଣାଣି  ଅବସରରେ କହିଛନ୍ତି ଯେ, ଯଦି ଥରେ  ଏହି ଜାହାଜ ପାରାଦୀପ ବନ୍ଦର ଛାଡ଼ିଦିଏ  ତାହେଲେ ଏହି ମାମଲାର ଆଉ କୌଣସି  ଗୁରୁତ୍ୱ ରହିବ ନାହିଁ । ଅନ୍ୟପକ୍ଷରେ  ଆବେଦନକାରୀ ସଂସ୍ଥା ଅଭିଯୋଗର  ପ୍ରାଥମିକ ପ୍ରମାଣ ଥିବାରୁ ଜାହାଜକୁ ତୁରନ୍ତ ଗିରଫ ପାଇଁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ  ସଂସ୍ଥା ପକ୍ଷରୁ ଆଇନଜୀବୀ ଈଶ୍ୱର  ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.