ପ୍ରମୂଖ ଖବର
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ଇଭି ସବ୍‌ସିଡିରେ ଓଡ଼ିଶା ଆଗୁଆ; ଅନୁସରଣ କରୁଛନ୍ତି ଅନ୍ୟ ରାଜ୍ୟ

Published By : Bijay Swain | March 24, 2025 11:37 PM

ଭୁବନେଶ୍ୱର,୨୪/୩(ବ୍ୟୁରୋ): ରାଜ୍ୟ ସରକାର ପରିବେଶ ପ୍ରଦୂଷଣ ରୋକିବାକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଦ୍ୟୁତ ଯାନ(ଇଭି) କଣିବାରେ ସବସିଡି ବୃଦ୍ଧି କରିଛନ୍ତି। ଗ୍ରୀନ୍‌ ଓଡ଼ିଶା ପଲିସିରେ ଚଳିତବର୍ଷ ପାଇଁ ୧୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଶେଷ କରି ଆମର ଅନଲାଇନ୍‌ ଇଭି ସବସିଡି ପୋର୍ଟାଲ ଦେଶରେ ଅଗ୍ରଣୀ ହୋଇପାରିଛି। ଯାହାକୁ ଅନେକ ରାଜ୍ୟ ଅନୁସରଣ କରୁଛନ୍ତି। ଏପରିକି ସାରା ଦେଶରେ ଶହେରେ ୭ଟି ଇଭି ବସ୍‌ ଚାଲୁଥିବା ବେଳେ ଆମ ରାଜ୍ୟରେ ଏହାର ସଂଖ୍ୟା ୯ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି। 

ସୋମବାର ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ବିଜେଡି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ପୁରୀରେ ଶ୍ରୀ ଜଗନ୍ନାଥ ଅର୍ନ୍ତଜାତୀୟ ବିମାନବନ୍ଦର ହେବ କି ନାହିଁ ସେନେଇ ବିଧାୟକ ସୁନିଲ ମହାନ୍ତି ଚିନ୍ତାବ୍ୟକ୍ତ କରିଥିଲେ। ମାତ୍ର ଏ ବାବଦରେ ଚିନ୍ତା କରିବାର ଅବକାଶ ନାହିଁ। ୧୧୬୪ ଏକର ଜମି ଅଧିଗ୍ରହଣ ବାବଦରେ ରାଜସ୍ୱ ବିଭାଗ ସହ ଚୂଡ଼ାନ୍ତ ହୋଇଛି। ସେଥିପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଧନ୍ୟବାଦ। 

ସେହିପରି ରାଜ୍ୟରେ ବେସାମରିକ ବିମାନ ଚଳାଚଳ ପାଇଁ ୩୮୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆଗାମୀ ଦିନରେ ପାରାଦ୍ୱୀପରେ ନୂତନ ଗ୍ରୀନଫିଲ୍ଡି ବିମାନବନ୍ଦର, ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଜମାଦାରପାଲି ଓ ଦୁଷରା ବିମାନବନ୍ଦରର ଉନ୍ନତିକରଣ କରାଯିବ। ୧୨ଟି ନୂଆ ଘରୋଇ ଓ ୪ଟି ନୂଆ ଅର୍ନ୍ତଜାତୀୟ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ଚଳାଚଳ କରିବ। ପାଇଲଟ୍‌ ତାଲିମ ପାଇଁ ୧୦ଜଣ ଆଦିବାସୀ ବାଳିକାଙ୍କୁ ଚୟନ କରିବା ସହିତ ସେମାନଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରାଯିବ। 

ଅପରପକ୍ଷେ ଆମ ରାଜ୍ୟରେ ଗତ ଜାନୁଆରୀରେ ୧୪ ପ୍ରତିଶତ ଦୁର୍ଘଟଣା କମିଛି। ଦୁର୍ଘଟଣା ହ୍ରାସ କରିବାକୁ ରାଜପଥ ଓ ଏକ୍ସପ୍ରେସ୍‌ ୱେରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍‌(ଆଇଇଏମଏସ୍‌) ଲାଗୁ ହେବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ପୁରୀ, ରାମେଶ୍ୱରମରୁ ପାଣିକୋଇଲି ଓ ପୁରୀରୁ କୋଣାର୍କ ଏହା ଲାଗୁ ହେବ। ପରେ ଅନ୍ୟ ରାଜପଥ ଓ ସଡକପଥରେ ଏହାକୁ ଲାଗୁ କରାଯିବ। ଆଗାମୀ ଦିନରେ ତିରୁପତି, ଇନ୍ଦୋର-ଉଜୈନ, ନାଗପୁର ଦେଇ ଶିରିଡ଼ି, ଅଯୋଦ୍ଧା ହୋଇ ବାରଣାସୀ ଓ ହାଇଦ୍ରାବାଦ ଦେଇ ବିଶାଖାପାଟଣାକୁ ଗଡ଼ିବ ସୁପର ପ୍ରିମିୟମ୍‌ ଏସି ସ୍ଲିପର୍‌ ବସ୍‌। ରାଜ୍ୟରେ ରେଳର ବିକାଶ ପାଇଁ ରାଜ୍ୟ ସରକାର ୩୨୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଶୀଘ୍ର ଫୁଲବାଣୀ ଦେଇ ଗୋପାଳପୁରରୁ ରେଢ଼ାଖୋଲ ନୂଆ ରେଳ ଲାଇନ୍‌ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ଚୂଡାନ୍ତ ହେବ। ତେବେ  ଆବଶ୍ୟକ ଥିବା ସବୁ ରୁଟ୍‌ରେ ମିଳିବ ମୁଖ୍ୟମନ୍ତ୍ରୀ ବସ୍‌ ସେବା। ଏ ବାବଦରେ ବିଧାୟକମାନେ ଦାବି ଜଣାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.