କଟକ,୧୬/୧୨: ଓଡିଶା ମାଷ୍ଟର୍ସ-୨୦୨୪ ବିଡବ୍ଲ୍ୟଏଫ୍ ଟୁର ସୁପର-୧୦୦ର ପୁରୁଷ ସିଙ୍ଗଲ୍ସରେ ରିତଭିକ ସଞ୍ଜିବୀ ସତୀଶ କୁମାର ଚାମ୍ପିଅନ ହୋଇଛନ୍ତି । ସେ ଫାଇନାଲରେ ୨୧-୧୮, ୨୧-୧୬ରେ ଟି.ମାନେପଲ୍ଲୀଙ୍କୁ ପରାସ୍ତ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।
ମହିଳା ସିଙ୍ଗଲ୍ସରେ ଚୀନର କାଇ ୟାନ ୟା ୨୧-୧୪, ୨୧-୧୬ରେ ତନଭି ଶର୍ମାଙ୍କୁ ପରାଜିତ କରି ଟାଇଟଲ ଜିତିଥିଲେ । ପୁରୁଷ ଡବଲ୍ସରେ ଚୀନର ହୁଆଙ୍ଗ ଡି ଓ ଲିଉ ୟାଙ୍କ ଯୋଡ଼ି ଜାପାନର କାକେରୁ କୁମାଗାଇ ଓ ହିରୋକି ନିଶିଙ୍କ ଯୋଡ଼ିଙ୍କୁ ଏବଂ ମହିଳା ଡବଲ୍ସରେ ଜାପାନର ନାନାକୋ ହାରା ଓ ରିକୋ କିୟୋସ ୨-୧ରେ ଚୀନର କେଙ୍ଗ ସୁ ଲିଆଙ୍ଗ ଓ ଓବାଙ୍ଗ ଟିଙ୍ଗଙ୍କୁ ହରାଇ ଚାମ୍ପିଅନ ହୋଇଥିଲେ । ମିକ୍ସଡ ଡବଲ୍ସରେ ଚୀନର ଗାଓ ଜିଆ ଉଆନ ଓ ଟାଙ୍ଗ ରୁଇ ଝି ୨-୧ରେ ସିଙ୍ଗାପୁରର ହି ୟଙ୍ଗ କାଇ-ଜିନ ୟୁ ଜିଆଙ୍କୁ ହରାଇଥିଲେ ।
ଉଦ୍ଯାପନୀ ଉତ୍ସବରେ ଇଡ୍କୋର ଅତିରିକ୍ତ ନିର୍ଦ୍ଦଶେକ ଡ. ସୁରେଶ ଚନ୍ଦ୍ର ଦଳାଇ, କଟକ ଡିସିପି ଜଗମୋହନ ମୀନା, ଜିଲ୍ଲାପାଳ ଡି. ଭାଉସାହେବ ଶିନେ୍ଧ, ଆରଡିସି ବି. ପରମେଶ୍ୱରନ, ସିଏମସି କମିଶନର ଅନାମ ଚରଣ ପାତ୍ର, କ୍ରୀଡ଼ା ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ ଓ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।