ଭୁବନେଶ୍ୱର ୧୫/୦୫: ରାଜ୍ୟରେ ପେଟ୍ରୋଲ, ଡିଜେଲ କୌଣସି ଅଭାବ ନାହିଁ । ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍ ଅଛି। ଆଗକୁ ୧୩ ଦିନରେ ତେଲ ଷ୍ଟକ ରହିଛି। ସାଧାରଣ ଲୋକ ଆତଙ୍କିତ ହୋଇ ପେଟ୍ରୋଲ ଡିଜେଲ କରୁଛନ୍ତି। ବୋତଲ, ଡବା ତେଲ ସଂରକ୍ଷଣ କରି ରଖୁଛନ୍ତି। ଆବଶ୍ୟକତାଠୁ ଅଧିକ ତେଲ କିଣୁଛନ୍ତି। ତେଣୁ ପେଟ୍ରୋଲ ପମ୍ପ ଭିଡ଼ ବଢ଼ୁଛି। ତେଣୁ ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।

ମନ୍ତ୍ରୀ ଆହୁରି କହିଛନ୍ତି, ଲୋକଙ୍କ ଭିଡ଼ ଯୋଗୁ ୫୦ ପ୍ରତିଶତ ଚାହିଦା ବଢିଛି। ଲୋକଙ୍କୁ ନିବେଦନ ପ୍ୟାନିକ ହୁଅନ୍ତୁ ନାହିଁ। ଜାରକିନ ଆଣି ଟାଙ୍କିରେ ଭିଡ଼ କିଣନ୍ତୁ ନାହିଁ। ମନ୍ତ୍ରୀ ସାଧାରଣଲୋକଙ୍କ ନିବେଦନ କରିଛନ୍ତି।

ଡଲାରରେ ସୁନା, ତୈଳ ବାହାର ଦେଶରୁ କିଣା ଯାଉ ଥିବାରୁ ଡଲାର ଅଧିକ ସୁଦୃଢ ହେଉଛି। ତେଣୁ ଅର୍ଥନୀତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ତେଲ କମ ବ୍ୟବହାର ପାଇଁ କହିଥିଲେ। ଏହାକୁ ନେଇ ତେଲ ଆଗକୁ ମିଳିବ ନାହିଁ ବୋଲି ଭୁଲ ମେସେଜ ଯାଇଛି। ଏହି ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି ଯେ, ତୈଳ କଳାବଜାରୀ ରୋକିବାକୁ ଚଢ଼ାଉ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳରେ ଚଢ଼ାଉ କରି ତେଳ ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।