ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କଟକରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ଦୃଷ୍ଟିବାଧିତ ବିଶ୍ୱବିଦ୍ୟାଳୟ, ଜାପାନର ସୁକୁବା ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ହେବ ନିର୍ମାଣ

Published By : Prameya | March 13, 2025 2:08 PM

କଟକ,୧୩/୦୩: ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ କଟକରେ ସ୍ଥାପନ ହେବ । ଏନେଇ ୭ମାସ ତଳୁ ସରକାରଙ୍କର  ପ୍ରସ୍ତାବ ରହିଛି । ସନ୍ଥକବି ଭୀମଭୋଇଙ୍କ ନାମରେ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟ ପାଇଁ ୪୦ ଏକର ଜମି ଯୋଗାଇ ଦେବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । କଟକ ସହର ଉକପଣ୍ଠରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା ରହିଥିବା ସୂଚନା ମିଳିଛି । 

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଭାରତରେ କୌଣସି ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ନାହିଁ ।  ବିଭିନ୍ନ ଶିକ୍ଷାନୁଷ୍ଠାନ, କଲେଜ, ବିଶ୍ୱବିଦ୍ୟାଳୟରେ ଅନ୍ୟ ସାଧାରଣ ଛାତ୍ରଛାତ୍ରୀଙ୍କ ପରି  ଦୃଷ୍ଟିବାଧିତମାନେ ପାଠ ପଢୁଛନ୍ତି । ଆକଳନ କହୁଛି, ଭାରତରେ ପ୍ରାୟ ୫୦ଲକ୍ଷରୁ  ଅଧିକ ଦୃଷ୍ଟିବାଧିତ ରହିଛନ୍ତି । ୫ଲକ୍ଷ  ୨୦ ହଜାର ଦୃଷ୍ଟିବାଧିତ ଓଡ଼ିଶାରେ  ରହିଥିବା ବେଳେ ସେଥିରୁ ପ୍ରାୟ ୨  ଲକ୍ଷ ହେଉଛନ୍ତି ଯୁବବର୍ଗ । ତେଣୁ  ଏମାନଙ୍କୁ ଉଚ୍ଚ ଶିକ୍ଷା ଲାଭର ସୁବିଧା  ଦେବାକୁ କେବଳ ଦୃଷ୍ଟିବାଧିତଙ୍କ ପାଇଁ  ସମର୍ପିତ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  କରିବାକୁ ଦୀର୍ଘ ବର୍ଷ ଧରି ଦାବି  ହୋଇଆସୁଛି । ନିର୍ଦ୍ଦିଷ୍ଟ ଭାବେ ତଥ୍ୟ  ନଥିଲେ ମଧ୍ୟ ପାଖାପାଖି ୨ ହଜାର ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ସରକାରୀ ଓ  ବେସରକାରୀ କଲେଜରେ ପାଠ ପଢୁଛନ୍ତି । କିଛି ବିଶ୍ୱବିଦ୍ୟାଳୟରେ ସେମାନଙ୍କୁ ନିର୍ଦ୍ଦିଷ୍ଟ  ପାଠ୍ୟକ୍ରମ ଓ ପ୍ରୋଗ୍ରାମ୍‌ରେ ମଧ୍ୟ ସାମିଲ୍‌ କରାଯାଉଛି । କିନ୍ତୁ ବୈଷୟିକ ଶିକ୍ଷାଦାନ ଓ  ତାଲିମ କ୍ଷେତ୍ରରେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । 

 ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରଥମ ଦୃଷ୍ଟିବାଧିତ ବିଶ୍ୱବିଦ୍ୟାଳୟ  ସ୍ଥାପନ କରିବାକୁ ସରକାରଙ୍କ ପ୍ରସ୍ତାବ ରହିଛି । ଜାପାନର ଦୃଷ୍ଟିବାଧିତ ସୁକୁବା  ବିଶ୍ୱବିଦ୍ୟାଳୟର ଏକ ପ୍ରତିନିଧି ମଣ୍ଡଳୀ ୨୦୨୪ ଅଗଷ୍ଟ ମାସରେ ସାମାଜିକ ସୁରକ୍ଷା ଓ  ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀଙ୍କୁ ଭେଟିଥିଲେ । ସୁକୁବା ବିଶ୍ୱବିଦ୍ୟାଳୟ  ଢାଞ୍ଚାରେ ଓଡ଼ିଶାରେ ପ୍ରଥମ ଦୃଷ୍ଟିବାଧିତ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା  କରାଯାଇଥିଲା । ସେଠାକାର ବିଶ୍ୱବିଦ୍ୟାଳୟର ମଡେଲ୍‌ ମଧ୍ୟ ଆଲୋଚନା କରାଯାଇ  ତଦନୁଯାୟୀ ଡିପିଆର୍‌ (ଡିଟେଲ୍‌ଡ୍‌ ପ୍ରୋଜେକ୍ଟ ରିପୋର୍ଟ) କରିବାକୁ ନିଷ୍ପତ୍ତି ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.