ଭୁବନେଶ୍ୱର, ୫।୨: ଭାରତ ଓ ଆମେରିକା ମଧ୍ୟରେ ନୂତନ ବାଣିଜ୍ୟ ଚୁକ୍ତି । ଏହି ନୂତନ ବାଣିଜ୍ୟ ଚୁକ୍ତି ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଏକ ନୂଆ ପରିଚୟ ଦେବ । ଓଡ଼ିଶା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତି ସମୃଦ୍ଧ ହେବ । ଶୁଳ୍କ ହ୍ରାସ ଯୋଗୁଁ ଏବେ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ । ଏହାଦ୍ୱାରା ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଜୀବିକାରେ ଉନ୍ନତି, ଆୟ ବଢ଼ିବା ସହ ଓଡ଼ିଶା 'ବ୍ଲୁ-ଇକୋନୋମି'ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ ।
ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତି ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଦେବ ଏକ ନୂଆ ପରିଚୟ। ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ। ଏହାଦ୍ୱାରା ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବା ସହ ଓଡ଼ିଶା… pic.twitter.com/F44IDCgO2C
— Mohan Charan Majhi (@MohanMOdisha) February 5, 2026