ପ୍ରମୁଖ ଖବର
  • କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାର, ତାଲିକାରେ ବହୁ ହେବିଓ୍ବେଟ୍
  • ||
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ନିର୍ବାଚନ ବେଳେ ମାଓ ଅଞ୍ଚଳରେ ସୁରକ୍ଷା ଚିନ୍ତା: ଓଡ଼ିଶା ପୁଲିସ୍‌ ମାଗିଲା ୩ ହେଲିକପ୍ଟର, ଗୋଟିଏ ପାଇଁ ଅନୁମତି ମିଳିସାରିଛି

ଭୁବନେଶ୍ୱର,୨୫/୦୪: ଆଉ କିଛି ଦିନ ପରେ ନିର୍ବାଚନ ।  ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମାଓ ଅଞ୍ଚଳରେ ମେ’  ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଥିବାରୁ ଓଡ଼ିଶା ପୁଲିସ୍‌କୁ ଘାରିଛି ସୁରକ୍ଷା ଚିନ୍ତା । ରାଜ୍ୟ ଓ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ମଧ୍ୟ ଏହି ଅଞ୍ଚଳ ଉପରେ ନଜର ରଖିଛି । ସେଥିପାଇଁ ଓଡ଼ିଶା ପୁଲିସ୍‌ କେନ୍ଦ୍ରକୁ ୩ଟି ହେଲିକପ୍ଟର ମାଗିଛି । ଗୋଟିଏ ପାଇଁ ଅନୁମତି ମିଳିସାରିଛି । ଆସନ୍ତା ୧୦  ଦିନ ଭିତରେ କେନ୍ଦ୍ର ବାକି ୨ଟି ହେଲିକପ୍ଟର ଓଡ଼ିଶା ପୁଲିସ୍‌କୁ ଦେବ ବୋଲି ଓଡ଼ିଶା ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।   

ପୂର୍ବ ରେକର୍ଡ କହୁଛି ନିର୍ବାଚନ ସମୟରେ ମାଓବାଦୀମାନେ  କିଛି ବି ଅଘଟଣ ଘଟାଇ ପାରନ୍ତି । ଓଡ଼ିଶା ପୁଲିସ୍‌ ସେଥିପାଇଁ ସମ୍ପୂର୍ଣ୍ଣ  ପ୍ରସ୍ତୁତ ବୋଲି ଡିଜିପି ଅରୁଣ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ବିଶେଷ  କରି ମାଲକାନଗିରି, କୋରାପୁଟ, ନୂଆପଡ଼ା, କନ୍ଧମାଳ ଭଳି  ଅନ୍ୟ ମାଓ ଅଞ୍ଚଳରେ କଡ଼ାକଡ଼ି ପାଟ୍ରୋଲିଂ ପାଇଁ ହେଲିକପ୍ଟରର  ଆବଶ୍ୟକତା ରହିଛି । ସେଥିପାଇଁ ଓଡ଼ିଶା ପୁଲିସ୍‌ ପକ୍ଷରୁ ୩ଟି  ହେଲିକପ୍ଟର କେନ୍ଦ୍ରକୁ ମଗା ଯାଇଥିଲା । ଏହି ୩ଟି ଭିତରେ ଗୋଟିଏ ଏୟାର ଆମ୍ବୁଲାନ୍ସ ରହିଛି । ତା’ଛଡା ଓଡ଼ିଶାରେ ନିର୍ବାଚନ  ସମୟରେ ୧୪୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଆବଶ୍ୟକ ବୋଲି ଡିଜିପି  ଲେଖିଥିଲେ । ବର୍ତ୍ତମାନ ସୁଦ୍ଧା ୭୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମିଳିଛି ।  ୩୫ କମ୍ପାନୀ ସିଆରପିଏଫ୍‌, ୩୫ କମ୍ପାନୀ ବିଏସଏଫ୍‌ ଓ ୫ କମ୍ପାନୀ  ସିଆଇଏସଏଫ୍‌ ଯବାନ ବିଭିନ୍ନ ଆଡ଼େ ମୁତୟନ ହୋଇଛନ୍ତି । ଆଉ ୨ ପର୍ଯ୍ୟାୟରେ ବାକି ଫୋର୍ସ ଆସିବେ ବୋଲି ଜଣାପଡ଼ିଛି । ପ୍ରଥମେ ମାଓ  ଅଞ୍ଚଳରେ ମେ ୧୩ ନିର୍ବାଚନ ହେବ । ଉକ୍ତ ଫୋର୍ସ ସେ ଅଞ୍ଚଳରେ ମୁତୟନ ହେବେ । ପରେ ସେମାନେ ମେ’ ୨୦ରେ ଯେଉଁ ଅଞ୍ଚଳରେ  ନିର୍ବାଚନ ଥିବା ସେଠାକୁ ଯିବେ ।   

ଅନ୍ୟପକ୍ଷରେ ଗତ କିଛି ଦିନ ତଳେ ଭୁବନେଶ୍ୱର  କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ଭର୍ଚୁଆଲ୍‌ ମାଧ୍ୟମରେ ଓଡ଼ିଶା,  ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା ଓ ଝାଡ଼ଖଣ୍ଡର  ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ନିର୍ବାଚନ ପ୍ରସ୍ତୁତିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ  କରିଥିଲେ । ନିର୍ବାଚନ ସମୟରେ ସୀମାନ୍ତ ଅଞ୍ଚଳରେ କଡ଼ା ସୁରକ୍ଷା,  କମ୍ବିଂ ଅପରେସନ୍‌, ଟଙ୍କା କାରବାର, ମଦ, ଗଞ୍ଜେଇ ବେପାର ଓ  ଅପରାଧୀଙ୍କ ଉପରେ ଅଧିକ ନଜର ଦେବାକୁ ଆଲୋଚନା ହୋଇଥିଲା । 

ଏହି ଆଲୋଚନାର ଫାଇଦା ବି ମିଳିଛି । ଗତ ଦେଢ଼ ମାସ  ଭିତରେ ରାଜ୍ୟର ବିଭିନ୍ନ ସୀମାରୁ ମୋଟ ୧୦୭.୧୩ କୋଟି  ଟଙ୍କାର ପ୍ରଲୋଭନ ସାମଗ୍ରୀ ଜବତ ହୋଇଛି । ୧୬.୪୦ କୋଟି  ଟଙ୍କାର ମଦ ଜବତ ହୋଇଛି । ଏହାବାଦ୍‌ ୩୯.୩୧ କୋଟି ଟଙ୍କାର  ନିଶା ସାମଗ୍ରୀ, ୬.୮୬ କୋଟି ଟଙ୍କାର ମୂଲ୍ୟବାନ ଧାତୁ (ସୁନା ଓ  ଅନ୍ୟାନ୍ୟ ଅଳଙ୍କାର) ଓ ୪୩.୯୬ କୋଟି ଟଙ୍କାର ମାଗଣା ସାମଗ୍ରୀ  ବଣ୍ଟନକୁ ଜବତ କରାଯାଇଛି । ଏହି ସମସ୍ତ ପ୍ରଲୋଭନ ସାମଗ୍ରୀର  ଆନୁମାନିକ ବଜାର ମୂଲ୍ୟ ୧୦୭ କୋଟି ୧୩ ଲକ୍ଷ ଟଙ୍କା ହେବ । 

  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.