ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମ୍ବୁଲାନ୍ସସକୁ ପିଟିଲା ସିଆରପିଏଫ୍‌ ଜାମର ଭ୍ୟାନ୍‌, ୪ ଗୁରୁତର

ଭୁବନେଶ୍ୱର,୦୪/୦୫: ସିଆରପିଏଫ୍‌ ଛକରେ ଘଟିଛି ଛାତିଥରା  ଦୁର୍ଘଟଣା । ସିଆରପିଏଫ୍‌ର ଏକ ଜାମର  ଭ୍ୟାନ(ଜେଏଚ୍‌୦୧ସିୟୁ ୧୪୦୨) ରୋଗୀ  ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ଧକ୍କା ଦେବାରୁ ଆମ୍ବୁଲାନ୍ସ ଚାଳକ ସମେତ  ସେଥିରେ ଥିବା ରୋଗୀ ଓ ରୋଗୀ  ସମ୍ପର୍କୀୟ ଗୁରୁତର ହୋଇଛନ୍ତି ।  ଘଟଣାରେ ସିଆରପିଏଫ୍‌ ଗାଡ଼ିର  କୌଣସି କ୍ଷତି ହୋଇନଥିବା ବେଳେ  ଆମ୍ବୁଲାନ୍ସଟି ଭାଙ୍ଗି ଚୂରମାର୍‌ ହୋଇଛି । 

ସୂଚନା ମୁତାବକ ଖୋର୍ଦ୍ଧାରୁ  ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନେଇ  ଏକ ୧୦୮ ଆମ୍ବୁଲାନ୍ସ(ଓଡ଼ି୩୩ପି  ୫୬୬୬) ହାଇଟେକ୍‌ ହସପିଟାଲ  ଯାଉଥିଲା । ଆମ୍ବୁଲାନ୍ସ ଠିକ୍‌ ସିଆରପିଏଫ୍‌  ଛକ ଅତିକ୍ରମ କରିବା ପୂର୍ବରୁ ସେଣ୍ଟ  ଜାଭିୟର ସ୍କୁଲ ପଟୁ ଦ୍ରୁତ ଗତିରେ ମାଡ଼ି  ଆସିଥିଲା ସିଆରପିଏଫ୍‌ ଜାମର ଭ୍ୟାନ୍‌ ।  ଆମ୍ବୁଲାନ୍ସର ଡାହାଣ ପାଶ୍ୱର୍ ସମ୍ମୁଖ ଭାଗକୁ  ଶକ୍ତ ଧକ୍କା ଦେଇଥିଲା । ଆମ୍ବୁଲାନ୍ସଟି  ଦୁଇଗଡ଼ା ଖାଇ ସିଆରପିଏଫ୍‌ କ୍ୟାମ୍ପସ  ପାଚେରି ପାଖକୁ ଓଲଟି ପଡିଥିଲା ।  ଚାଳକଙ୍କ ହାତ ଭାଙ୍ଗିଯିବା ସହ ତାଙ୍କ  ମୁଣ୍ଡ ଓ ଛାତିରେ ଶକ୍ତ ଆଘାତ ଲାଗିଥିଲା ।  

ସେଥିରେ ଥିବା ରୋଗୀ ଓ ସମ୍ପର୍କୀୟ  ଗୁରୁତର ହୋଇଥିଲେ । ସେଠାରେ  ଉପସ୍ଥିତ କିଛି ଲୋକ ତୁରନ୍ତ ପିସିଆରକୁ  ଖବର ଦେଇଥିଲେ । ପୁଲିସ ପହଞ୍ଚି  ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ  ଚାଳକ ଓ ରୋଗୀଙ୍କୁ ଉଦ୍ଧାର କରି  କ୍ୟାପିଟାଲ ହସପିଟାଲ ପଠାଇଥିଲେ । ସିଆରପିଏଫ୍‌ ଜାମର ଭ୍ୟାନ୍‌ରେ  ୮ରୁ ୯ ଜଣ ସଶସ୍ତ୍ର ଯବାନ୍‌ ଥିଲେ ।  ସେମାନଙ୍କର କିଛି କ୍ଷତି ହୋଇନାହିଁ ।  ଭ୍ୟାନ୍‌ଟି ମଧ୍ୟ ସୁରକ୍ଷିତ ରହିଛି । ତେବେ  ସେମାନେ ଭୁବନେଶ୍ୱର ଏୟାରପୋର୍ଟ  କୌଣସି କାମରେ ଯାଇ ଫେରୁଥିଲେ ।  ଏନେଇ ନୟାପଲ୍ଲୀ ଥାନା ପୁଲିସ ଯବାନମାନଙ୍କୁ ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.