ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହେଭିୱେଟଙ୍କ ନାମାଙ୍କନ: କଟକରୁ ଭର୍ତ୍ତୃହରି, ସଂତୃପ୍ତ, ସୋଫିଆ, ସୌଭିକ କଲେ ପ୍ରାର୍ଥିପତ୍ର ଦାଖଲ

କଟକ ୦୩/୦୫: କଟକରେ ହେଭିୱେଟଙ୍କ ପ୍ରାର୍ଥୀ ଭରିଲେ ନାମାଙ୍କନ।  କଟକ କଲେକ୍ଟୋରେଟ୍‌ କାର୍ଯ୍ୟାଳୟ ନିକଟ ଉଚ୍ଛୁଳିଲା ଗହଳି।ନେତା,କର୍ମୀଙ୍କ ଶୋଭାଯାତ୍ରା ଏବଂ ଜିନ୍ଦାବାଦ୍‌ ଧ୍ୱନିରେ କମ୍ପିଲା ପରିବେଶ ।ବିଶାଳ ପଟୁଆରରେ ଶତାଧିକ ସହକର୍ମୀଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଭିନ୍ନ ଦଳର ନେତା। କଟକ ବିଜେପି ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଜିଲ୍ଲାପାଳ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ୟ ବିରାଟ ପାଟ ପଟୁଆରେ ଆସି ଜିଲ୍ଲାପାଳଙ୍କ ନିକଟରେ ନୋମିନେସନ୍ ଭରିଛନ୍ତି।  

ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା

ଅନ୍ୟପଟେ କଟକ ବାରବାଟୀରୁ କଂଗ୍ରେସ ବିଧାନସଭା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ୍ ଏବଂ ଚୌଦ୍ୱାର-କଟକ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ୱାଳ ନାମାଙ୍କନ ଦାଖଲ କରିଛନ୍ତି। ଚୌଦ୍ୱାର-କଟକ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚୌଦ୍ୱାର-କଟକ କଂଗ୍ରେସ ପ୍ରାର୍ଥୀ ମୀରା ମଲ୍ଲିକ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଉତ୍ତର ଭୁବନେଶ୍ୱର ଆସନ ପାଇଁ ନାମାଙ୍କନ ଭରିବେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର

କଟକ ସଦର ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି କଟକ ସଦର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.