ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅକ୍ଷୟ ତୃତୀୟାକୁ ଆଉ ୬ ଦିନ... ସଜେଇ ହେଉଛି ନରେନ୍ଦ୍ର, ନନ୍ଦା, ଭଦ୍ରା, ତିଆରି ହେଉଛି ଅସ୍ଥାୟୀ ମଞ୍ଚ

ପୁରୀ, ୦୪/୦୫: ପବିତ୍ର ଅକ୍ଷୟ  ତୃତୀୟାକୁ ରହିଲା ମାତ୍ର ୬ଦିନ   ଶ୍ରୀବିଗ୍ରହଙ୍କ ରଥ ନିର୍ମାଣର ଶୁଭାରମ୍ଭ ସାଙ୍ଗକୁ ସେଦିନଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ । ଏଣୁ ବଡ଼ଦାଣ୍ଡ ଶ୍ରୀନହର ସମ୍ମୁଖରେ ୧୧ ବଖରା ବିଶିଷ୍ଟ ରଥ ଚାଳି ପ୍ରସ୍ତୁତ ହେଉଛି । ୩ ବଖରା ଲେଖାଏଁ ରଥ ତ୍ରୟର ୯ ଘର ବିଶ୍ୱକର୍ମାଙ୍କ ପାଇଁ, ଗୋଟିଏ ବିନ୍ଧ କାରିଗର ଓ ଆଉ ଏକ ରୁପକାରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଚାଲିଛି ରଥ ଚାଳି । 

ସେପଟେ ସଜେଇ ହେଉଛି  ନରେନ୍ଦ୍ର ପରିସର । ରଙ୍ଗ ଚାଲିଛି ନନ୍ଦା ଭଦ୍ରା । ଅକ୍ଷୟତୃତୀୟା ଦିନ ଶ୍ରୀମନ୍ଦିର  କାର୍ଯ୍ୟାଳୟ ସମ୍ମୁଖରେ ପରମ୍ପରା ଅନୁଯାୟୀ  ରଥ ନିର୍ମାଣ ଅନୁକୂଳ ହେବ । ଏହା ପରେ  ରଥ ଚାଳିରେ ତିନି ରଥ ତିଆରିର ଶୁଭାରମ୍ଭ  ହେବ । ଏବେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ  ନେତୃତ୍ୱରେ ୨୫ ଜଣରୁ ଉଦ୍ଧ୍ୱର୍ ଭୋଇ ସେବକ  ଚାଳି ତିଆରିରେ ଲାଗିଛନ୍ତି । ପ୍ରଥମେ ଲୁହା  ପାଇପ୍‌ରେ ଫ୍ରେମ୍‌ ତିଆରି କରାଯାଉଛି । ପରେ ବାଉଁଶ ଓ ଚାଞ୍ଛ ପଡ଼ି ଚାଳି ସମ୍ପୂର୍ଣ୍ଣ  ହେବ । ଚାଳି ତଳେ ବିଶ୍ୱକର୍ମାମାନେ  ରଥ ତିଆରିବେ । ରୁପକାରମାନେ ରଥ ଅଳଙ୍କରଣ କାର୍ଯ୍ୟ କରିବେ । କରତୀ  ସେବକମାନେ ତୁମ୍ବ କାଟିବେ । ଚାଳି ତଳେ  ପ୍ରଥମେ ଚକ କାର୍ଯ୍ୟ ହେବ । ନରେନ୍ଦ୍ର  ପ୍ରବେଶ ଦ୍ୱାରରେ ନନ୍ଦା ଓ ଭଦ୍ରାର ସ୍ଥାୟୀ  ପ୍ରତିକୃତି ନିର୍ମାଣ ହେଉଛି । ନରେନ୍ଦ୍ର  ଜଳରେ ଅସ୍ଥାୟୀ ମଞ୍ଚ ପ୍ରସ୍ତୁତ ହେଉଛି ।  ଚିତ୍ରକରମାନେ ଠାକୁରଙ୍କ ଆସ୍ଥାନକୁ ପାରମ୍ପରିକ ଶୈଳୀରେ ରଙ୍ଗ କରୁଛନ୍ତି ।  ନନ୍ଦା ଭଦ୍ରା ଡଙ୍ଗା ସମେତ ବୈଜୟନ୍ତୀ ଡଙ୍ଗା  ରଙ୍ଗ ଚାଲିଛି । ଭୋଇସେବକମାନେ ରଙ୍ଗ ଦେଉଛନ୍ତି। ଏହାପରେ ବିଶ୍ୱକର୍ମାମାନେ  ଡ଼ଙ୍ଗା ମରାମତିରେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.