ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ'୧୩ରେ ରୋଡ଼ ଶୋ, ୧୪ରେ ବାରାଣସୀର ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ

ବାରାଣସୀ,୦୪/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୧୪ ତାରିଖରେ ବାରାଣସୀ ଲୋକସଭା ଆସନରୁ ନାମାଙ୍କନ ଭରିବେ । ଏହା ପୂର୍ବରୁ ସେ କାଶୀ ବିଶ୍ୱନାଥ ଧାମ ଏବଂ କାଳ ଭୈରବଙ୍କ ଦର୍ଶନ କରିବେ । ମେ ୧୩ରେ ମୋଦି ବାରାଣସୀରେ ପହଞ୍ଚି ରୋଡ୍‌ ଶୋ’ କରିବେ। ବାରାଣସୀରେ ସପ୍ତମ ପର୍ଯ୍ୟାୟରେ ଜୁନ୍‌ ୧ରେ ମତଦାନ ହେବ । ପ୍ରଧାନମନ୍ତ୍ରୀ ପ୍ରଥମେ ଶ୍ରୀକାଶୀ ବିଶ୍ୱନାଥ ଧାମରେ ଷୋଡ଼ଶୋପଚାର ବିଧିରେ ପୂଜା କରିବା ପରେ କାଳ ଭୈରବ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିବେ । ମେ ୧୪ ନାମାଙ୍କନ ଦାଖଲ ପାଇଁ ଉତ୍ତମ ତାରିଖ ବୋଲି ପୁରୋହିତମାନେ କହିଥିବା ଜଣାପଡ଼ିଛି ।  

ନାମାଙ୍କନ ଦାଖଲ ପୂର୍ବରୁ ମୋଦି ମେ ୫ରେ ଅଯୋଧ୍ୟା ଗସ୍ତ କରି ସେଠାରେ ରାମ ମନ୍ଦିରରେ ରାମ ଲଲାଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅଯୋଧ୍ୟାରେ ଏକ ରୋଡ୍‌ ଶୋ’ ମଧ୍ୟ କରିବେ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହେବ । ମୋଦି ଏଠାରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି । 

୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ବାରାଣସୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଅରବିନ୍ଦ କେଜରିୱାଲଙ୍କୁ ସେ ଏଠାରୁ ୩ ଲକ୍ଷ ୭୧ ହଜାର ୭୮୪ ଭୋଟରେ ପରାଜିତ କରିଥିଲେ । ୨୦୧୯ରେ ମୋଦି ଏଠାରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଶାଲିନୀ ଯାଦବ ଏବଂ କଂଗ୍ରେସ ପ୍ରାର୍ଥୀ ଅଜୟ ରାଏଙ୍କୁ ହରାଇଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.