ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା

ଭୁବନେଶ୍ୱର,୦୪/୦୫: ତାତିରୁ ମିଳିବ ଆଶ୍ୱସ୍ତି। ଆଜିଠୁୁ ତାତି ପୁଣି ଖସିବ । କାଳବୈଶାଖୀ ପ୍ରଭାବରେ ଉପକୂଳରେ ତାତି ଖସିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ୪ ତାରିଖ ଉତ୍ତର ଉପକୂଳ ଓ ଦକ୍ଷିଣ ଉପକୂଳରେ ତାତି କମିଯିବ । କିନ୍ତୁ ବାକି ସ୍ଥାନରେ ପାଗ ଅପରିର୍ତ୍ତିତ ରହିବ । କିଛି ସ୍ଥାନରେ ତାତି ବଢ଼ିପାରେ । ଝାରସୁଗୁଡ଼ା, ଅନୁଗୁଳ, ତାଳଚେର ଓ ବାରିପଦାରେ ତାତି ୪୪ ଡିଗ୍ରୀ ପାଖରେ ରହିବ । ୭ରୁ ପୂରା ଓଡ଼ିଶାରେ ତାତି କମିଯିବ । ୧୨ ତାରିଖ ଯାଏ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସ୍ଥାନେ ସ୍ଥାନେ ୭୦ମିମି ଯାଏ ବର୍ଷା ହୋଇପାରେ । ସେବେ ପୂରା ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଛି ।

ତେବେ ମୌସୁମୀକୁ ନେଇ ଭଲ ଖବର ଆସିଛି । ଏ ସମ୍ପର୍କରେ ସୂଚନା ଦେଇସେ କହିଛନ୍ତି,  ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇସାରିଲାଣି । ବିଷୁବ ମଣ୍ଡଳରୁ ଆରବସାଗର ଓ ବଙ୍ଗୋପସାଗରକୁ ଏହାର ପ୍ରବାହ ଆରମ୍ଭ ହୋଇ ସାରିଛି । ଆଣ୍ଡାମାନରେ ୧୮ ତାରିଖ ସୁଦ୍ଧା ମୌସୁମୀ ବାୟୁ ପହଞ୍ଚିଯିବ । କେରଳରେ ୨୭ ବା ୨୮ ତାରିଖ ବେଳକୁ ମୌସୁମୀ ପହଞ୍ଚିଯିବ ବୋଲି ସେ ଆକଳନ କରୁଛନ୍ତି।

ପାଣିପାଗ ବିଭାଗର ଆକଳନ କହୁଛି, ୪ରେ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଚାନ୍ଦବାଲି, ଜଗତ୍‌ସିଂହପୁର, ପାରାଦୀପ, ପୁରୀ, ଖୋର୍ଦ୍ଧାରେ ତାତି ୪୦ ଡିଗ୍ରୀ ତଳେ ରହିବ । ଖୋର୍ଦ୍ଧା ଓ ଜଗତସିଂହପୁରରେ ତାତି ୩୮ ଡିଗ୍ରୀ ରହିପାରେ । ପୁରୀ ଓ ପାରାଦୀପରେ ୩୪ ଡିଗ୍ରୀକୁ ଖସି ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୪ ତାରିଖ ପରେ ବଙ୍ଗୋପସାଗରରୁ ବହୁଥିବା ଆଣ୍ଟି ସାଇକ୍ଲୋନିକ୍‌ ସାର୍କୁଲେସନ୍‌ର ପ୍ରଭାବ କମିଯିବ । ୬ରୁ ପବନର ଦିଗ ବଦଳିବ । ଦକ୍ଷିଣରୁ ଆରବସାଗରୀୟ ପବନ ଓ ପରେ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ତେବେ ୬ ତାରିଖରୁ ରାଜ୍ୟର ସବୁ ଅଞ୍ଚଳରୁ ତାତି ଖସିବା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ କହିଛି । କିଛି ସ୍ଥାନରେ ତାତି ୩ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୪ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ  ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୫ରେ ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ । ଅନ୍ୟ ସ୍ଥାନରେ ବିଶେଷ ତତଲା ଅନୁଭୂତ ହେବନି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ  । ୬ରୁ ଗ୍ରୀଷ୍ମପ୍ରବାହ ଉଭେଇ ଯିବ । ରାଜ୍ୟର ସବୁ ସ୍ଥାନରୁ ତାତି କମିବ । ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । 

ଶୁକ୍ରବାର ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ଦିନ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ ହୋଇଥିଲା । ଟିଟିଲାଗଡ଼ରେ ୪୪, ବଲାଙ୍ଗୀରରେ ୪୩.୪, ମାଲକାନଗିରି ଓ ପାରଳାଖେମୁଣ୍ଡିରେ ୪୩.୩, ଭବାନୀପାଟଣାରେ ୪୩, ବାରିପଦା ଓ ସମ୍ବଲପୁରରେ ୪୨.୮, ଅନୁଗୁଳରେ ୪୨.୭, ହୀରାକୁଦରେ ୪୨.୩ ଡିଗ୍ରୀ ରେକର୍ଡ ହୋଇଛି । ୨୬ ସହର ୪୨ ଡିଗ୍ରୀ ଉପରେ ରହିଛି । ସେହିଭଳି ୭ ସହର ୪୩ ଡିଗ୍ରୀ ଉପରେ ରହିଥିଲା । 

  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.