ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଓଡ଼ିଶା ପୁଲିସ ଗ୍ରୁପ୍‌ ବି ମିଳିତ ନିଯୁକ୍ତି ପରୀକ୍ଷା ସ୍ଥଗିତ, OPRB ପକ୍ଷରୁ ସୂଚନା

Published By : Prameya | March 7, 2025 9:24 AM

ଭୁବନେଶ୍ୱର,୦୭/୦୩: ଯୁବକଂଗ୍ରେସ  ଦାବି ଆଗରେ ନରମିଲେ ସରକାର । ଆସନ୍ତା  ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା  ପୁଲିସର ଗ୍ରୁପ୍‌ ‘ବି’ ପଦବି ପାଇଁ ମିଳିତ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ କରିଛନ୍ତି । ତେବେ ଏ ନେଇ ଯୁବନେତା ନେତା ୟାସିର ନୱାଜ  ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ସ୍ୱଚ୍ଛତାର ସହ ପରୀକ୍ଷା ପରିଚାଳନା କରିବାକୁ ରାଜ୍ୟ ସରକାରଙ୍କୁ  ଅନୁରୋଧ କରିଛନ୍ତି । 

ତେବେ ପୁଲିସ  ଏସଆଇ, ଆସିଷ୍ଟାଣ୍ଟ ଜେଲର ଏବଂ ଫାୟାର  ସର୍ଭିସର ଷ୍ଟେସନ ଅଫିସର୍‌ ନିଯୁକ୍ତି ପରୀକ୍ଷା  ପରିଚାଳନା କରିବା ନେଇ ଆଇଟିଆଇ  ଲିମିଟେଡ୍‌ ଏକ ପିଏସୟୁ ସଂସ୍ଥାକୁ ଦାୟିତ୍ୱ  ଦିଆଯାଇଥିଲା । ମାତ୍ର ଏହି ସଂସ୍ଥା ରିଚ୍‌ମାଇଣ୍ଡ  ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ସବ  କଣ୍ଟ୍ରାକ୍ଟ ଦେଇଥିଲା । ସବ କଣ୍ଟ୍ରାକ୍ଟ ନେଇଥିବା ରିଚମାଇଣ୍ଡ ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌  ବିରୋଧରେ ପରୀକ୍ଷା ପରିଚାଳନାରେ ଦୁର୍ନୀତି  ବାବଦରେ ଯୁବକଂଗ୍ରେସ ଅଭିଯୋଗ ଆଣିବା  ସହିତ ପୂର୍ବର ବିଭିନ୍ନ ପ୍ରମାଣ ଦେଖାଇଥିଲା ।  ଯାହାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାରୁ  ଯୁବନେତାମାନେ ଧନ୍ୟବାଦ ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.