ପ୍ରମୂଖ ଖବର
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

'ଭାରତୀୟ ଆଇନ୍‌ରେ ଡିଜିଟାଲ ଆରେଷ୍ଟ ପରି ଶବ୍ଦ ନାହିଁ', ସତର୍କ କରାଇଲା ଓଡ଼ିଶା ପୋଲିସ

Published By : Ankita S | June 3, 2025 2:54 PM

ଭୁବନେଶ୍ୱର,୦୩/୦୬: ସାଇବର ଅପରାଧୀ ବିଭିନ୍ନ ଉପାୟରେ ଲୋକଙ୍କୁ ଫୋନ୍ କରି ଠକୁଛନ୍ତି । ଡିଜିଟାଲ ଆରେଷ୍ଟରେ ଥିବା କହି କୋଟି କୋଟି ଚୁନା ଲଗାଉଛନ୍ତି । ନ୍ୟାୟିକ ଅଧିକାରୀ, ପୋଲିସ, ସିବିଆଇ ଓ କଷ୍ଟମ ଅଧିକାରୀର ପରିଚୟ ଦେଇ ଲୋକଙ୍କୁ ଠକୁଛନ୍ତି । ଭାରତୀୟ ଆଇନରେ ଡିଜିଟାଲ୍‌ ଆରେଷ୍ଟ ପରି କୌଣସି ଶବ୍ଦ ନାହିଁ ବୋଲି କହି ସତର୍କ କରାଇଛି ରାଜ୍ୟ ପୋଲିସ । ଏପରି ଫୋନ୍ ଆସିଲେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାଇବାକୁ କହିଛନ୍ତି ।

ଏ ନେଇ ଏକ୍ସରେ ସୂଚନା ଦେଇ ଓଡିଶା ପୋଲିସ କହିଛି, ''ସାଇବର ଅପରାଧୀମାନେ ନିଜକୁ ନ୍ୟାୟିକ ଅଧିକାରୀ, ପୋଲିସ ଅଧିକାରୀ, ସିବିଆଇ କିମ୍ବା କଷ୍ଟମ୍‌ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଗିରଫ କରିବାକୁ କହି ସାଧାରଣ ଲୋକଙ୍କୁ ଠକୁଛନ୍ତି । ଏଭଳି ଫୋନ୍ କଲ୍ ଆସିବା ମାତ୍ରେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୯୩୦କୁ ଯୋଗାଯୋଗ କରି ଅଭିଯୋଗ କରନ୍ତୁ । ଏଭଳି ଫୋନ କଲ ଆସିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଆପଣଙ୍କ ଅବଗତି ନିମନ୍ତେ ଜଣାଉଛୁ କି ଭାରୀତୀୟ ଆଇନ୍ ବ୍ୟବସ୍ଥାରେ ଡିଜିଟାଲ ଆରେଷ୍ଟ ଭଳି କୌଣସି ଶଦ୍ଦ ନାହିଁ । ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.