ଭୁବନେଶ୍ଵର, ୧୭/୦୭ : ଜୁଲାଇ ୧୭ ଭିତରେ ହୋଇଛି ୧୭ ପ୍ରତିଶତ ଅଧିକ ବର୍ଷା। ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ହୋଇଛି। ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ଏନେଇ ସୂଚନା ଦେଇଛନ୍ତି। ସେହିପରି ପୁରୀରେ ମଧ୍ୟ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ସାପୁଆରେ ବର୍ଷା ୫୦ ବର୍ଷର ରେକର୍ଡ ଭାଙ୍ଗିଛି। ଯେଉଁଥି ପାଇଁ ଛୋଟ ବନ୍ୟା ହୋଇଥିଲା। ଢେଙ୍କାନାଳ ଓ ଆଠଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହୋଇଛି।
ଆଖୁଆପଦାରେ ସତର୍କ ସଙ୍କେତ ପାଖରେ ପାଣି ରହିଛି। ବର୍ଷା ବଢିଲେ ବିପଦ ସଂକେତ ଟପିପାରେ। ସେହିପରି ଜଳକାର ମଥାନିରେ ୬.୫ ମିଟର ଅର୍ଥାତ ବିପଦ ସଂକେତ ନିକଟରେ ପାଣି ରହିଛି। ଏଥିପାଇଁ ବାଲେଶ୍ୱରର କିଛି ଅଂଚଳ ପ୍ରଭାବିତ ହୋଇପାରେ। ଅଧିକ ବର୍ଷା ଯୋଗୁଁ ଶାଳନ୍ଦୀରେ ମଧ୍ୟ ଗୋଟିଏ ଗେଟ୍ ଖୋଲା ଯାଇଛି। ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ କାଲି ସୁଦ୍ଧା ୭୦ ହଜାର କ୍ୟୁସେକ ଜଳ ଇନ ଫ୍ଲୋ ହେବ। ସ୍ଥିତି ଦେଖି ଗେଟ୍ ଖୋଲିବା ନିଷ୍ପତି ନିଆଯିବ। ତେବେ ବୌଦ୍ଧ ସୋନପୁରରେ ଭଲ ବର୍ଷା ଯୋଗୁଁ ମହାନଦୀରେ ପାଣି ବଢିବ। କାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ।
ଆହୁରି ପଢନ୍ତୁ- ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ିଲା ଶ୍ୱେତଗଙ୍ଗାର ୨୫ ଫୁଟ୍ ପାଚେରି, ବର୍ତ୍ତିଲେ ୨ ନାବାଳକ
ରଥଯାତ୍ରା 2026 LIVE | ଦ୍ବିତୀୟ ଦିନରେ ପୁଣି ରଥଟଣା ଆରମ୍ଭ