ଭୁବନେଶ୍ଵର, ୧୮/୦୭ : ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ବଡ଼ ଘୋଷଣା। ୨୦୨୭ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଉଭୟ ପଞ୍ଚାୟତ ଓ ପୌର ଭୋଟ୍ ଏକାଠି ହେବ। ପ୍ରର୍ଯ୍ୟାୟ କ୍ରମେ ଏକକାଳୀନ ନିର୍ବାଚନ ହେବ। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ସନ୍ତୋଷ କୁମାର ଦାଶ ସୂଚନା ଦେଇଛନ୍ତି। 

ସୂଚନା ଅନୁଯାୟୀ, ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ପୌରାଞ୍ଚଳ ପାଇଁ ୧୨ ହଜାର ଇଭିଏମ୍ ଅଛି। ଆଉ ୬ ହଜାର ନୂଆ ଇଭିଏମ୍ ଅର୍ଡର କରାଯାଇଛି। ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଡୋର୍ ଟୁ ଡୋର୍ ସର୍ଭେ କରାଯିବ। ଏନଏସିରେ ଗୋଟେ ୱାର୍ଡକୁ ଗୋଟେ ବୁଥ୍ ହେବ। ଇଭିଏମ୍ ପାଇଁ ବାଲଟ ପେପର୍, ଗାଡ଼ି ପାଇଁ ଅର୍ଡର ଦିଆସରିଛି। ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଚ୍ଚ ମାସରେ ନୋଟିଫିକେସନ୍ ଜାରି ହେବ। ଏପ୍ରିଲ କିମ୍ବା ମେରେ ପାଖାପାଖି ସମୟରେ ଉଭୟ ପଞ୍ଚାୟତ ଏଵଂ ପୌର ନିର୍ବାଚନ କରାଯିବ। ଅକ୍ଟୋବର ମାସରୁ ଇଲେକ୍ଟ୍ରିକାଲ ରୋଲ୍ ଆରମ୍ଭ ହେବ। ସମୁଦାୟ ୧୪୩ ପୌର, ଏନଏସି ଏଵଂ ମ୍ୟୁନିସିପାଲ କର୍ପୋରେସନ ପାଇଁ ନିର୍ବାଚନ ହେବ। ସମ୍ବଲପୁର ମହାନଗର ପାଇଁ ଯେଉଁ ସମସ୍ୟା ନେଇ ହାଇକୋର୍ଟରେ କେସ ଚାଲିଥିଲା, ତାର ସମାଧାନ ହୋଇସାରିଛି । ତାପ ଉପରେ ଅର୍ଡର ବି ବାହାରି ସାରିଛି।

ଆହୁରି ପଢନ୍ତୁ- ପୁରୀ ରଥଯାତ୍ରାରେ ଅଘଟଣ ପାଇଁ ଦାୟୀ କିଏ ଚାଲିଛି ଘଣ୍ଟାଚକଟା, ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ

ପୁରୀରେ ଭିଡ଼ ଅସମ୍ଭାଳ, ରଥାରୂଢ ଦିଅଁଙ୍କ ଦର୍ଶନ ପାଇଁ ପୁରୀମୁହାଁ ଲକ୍ଷ ଲକ୍ଷ ଭକ୍ତ​​​​​​​