ଭୁବନେଶ୍ଵର, ୧୩/୦୫ : ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଇନ୍ଧନ ବଞ୍ଚାଇବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ନିଜ କାରକେଡ୍ ରୁ ଗାଡି ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିଛନ୍ତି ପିଏମ୍। ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି ଯେ, ଏଣିକି ମୁଁ ସରକାରୀ ବସରେ ଯିବା ଆସିବା କରିବି। ଅତି ଆବଶ୍ୟକ ସ୍ଥଳେ ନିଜ ଗାଡି ବ୍ୟବହାର କରିବି। ମୋ ଗସ୍ତ ସମୟରେ ତିନୋଟି ଗାଡି ଯାଉଥିଲା, ଏବେ କିନ୍ତୁ ଗୋଟିଏ ଗାଡିରେ ଯିବି। ପ୍ରଧାନମନ୍ତ୍ରୀଙ୍କ ନିବେଦନ ଆମ ଠାରୁ ପ୍ରତିଫଳନ ହେବା ଆବଶ୍ୟକ।

ସେପଟେ ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଓଡ଼ିଶା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଗୁରୁତ୍ୱ ଦେଉଛି। ପ୍ରଧାନମନ୍ତ୍ରୀ ଯାହା ଆହ୍ୱାନ କରିଛନ୍ତି ସେଟା ସମାଜ ପାଇଁ ଆବଶ୍ୟକ। ମୁଁ ବସ୍, ଟ୍ରେନ୍‌ରେ ଯାତ୍ରା କରିବି। ଇଭି ବ୍ୟବହାର କରିବି। ଅନ୍ୟ ସରକାରି କର୍ମଚାରୀ ଇଭି ବ୍ୟବହାର କରନଦତୁ। ଅଣାୟତ୍ତ ଭାବରେ ଯେଉଁ ସବୁ ଗାଡି କିଣାଯାଉଛି ସେଥିପାଇଁ SOP ଜାରି ହୋଇଛି। ଯେଉଁମାନେ ଗାଡି ନେବେ ପ୍ରଥମେ ପାର୍କିଂ ପାଇଁ ବ୍ୟବସ୍ଥା କରିବେ, ତାପରେ ରେଜିଷ୍ଟ୍ରେସନ ହେବ। ବହୁ ଗାଡି EV କରିବା ପାଇଁ ସରକାର ଯୋଜନା କରୁଛନ୍ତି। ସମସ୍ତେ ଏକମତ ହୋଇ ଆହ୍ୱାନକୁ ସ୍ୱୀକାର କରିବା ଉଚିତ୍। ଯେଉଁଭଳି ଭାବରେ ପେଟ୍ରୋଲ ଡିଜେଲର ସଙ୍କଟ ଦେଖାଦେଇଛି ସେଥିପାଇଁ ସମସ୍ତେ ଅଧିକ EV ଗାଡି ବ୍ୟବହାର କରିବା। ପେଟ୍ରୋଲ ଡିଜେଲ ଗାଡି କମ୍ ବ୍ୟବହାର କରିବା ସହ ବସରେ ଯାତ୍ରା କରିବା। ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ଗାଡି କମିବା କଥା ଉପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସବୁ କଥାକୁ ଗୁରୁତ୍ୱ ଦିଅନ୍ତି।..

ଏହି ଖବରଟିକୁ ପଢନ୍ତୁ-PM Modi: ଦେଶବାସୀଙ୍କୁ ଅପିଲ୍ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ, ଅଧାକୁ ଖସିଲା ସୁରକ୍ଷା କାରକେଡର ଗାଡ଼ି ସଂଖ୍ୟା