ନୂଆଦିଲ୍ଲୀ, ୧୩|୦୫: ଦେଶବାସୀଙ୍କୁ ଅପିଲ୍ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ରାସ ହେଲା ସରକାରୀ କାରକେଡର ଗାଡ଼ି ସଂଖ୍ୟା । ନିଜ କାରକେଡକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ପିଏମ୍ ମୋଦି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗ ବିଶ୍ବରେ ତୈଳ ସଂକଟ ଜାରି ରହିଛି । ହର୍ମୁଜ୍ ପ୍ରଣାଳୀ ଦେଇ କ୍ରମାଗତ ଭାବେ ତୈଳ ଜାହାଜ ଆସୁନାହିଁ । ଆଗକୁ ବଡ଼ ତୈଳ ସଂକଟ ଦେଇଖା ଦେଇପାରେ । ତେଣୁ ଦେଶବାସୀଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କମ୍ କରିବା, ଘରେ ରହି ଅଫିସ୍ କାମ କରିବା ଏବଂ ଅନାବଶ୍ୟକ ବିଦେଶ ଯାତ୍ରା ଏଡାଇବା ପାଇଁ ଅନୁରୋଧ କରିଥିଲେ । ତେବେ ଏହାକୁ ନିଜେ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । ନିଜ କାରକେଡରେ SPG ଗାଡ଼ିର ଆକାରକୁ କମ୍ କରିଛନ୍ତି ପିଏମ୍ ମୋଦି ।
ସବୁଠୁ ବଡ଼ କଥା ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ସାମିଲ୍ କରାଯାଇନାହିଁ । ପ୍ରୋଟୋକଲ ଏବଂ SPG ନିର୍ଦ୍ଦେଶାବଳୀ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ଭଳି କଡ଼ାକଡ଼ି ବଜାୟ ରଖି କେବଳ ଯାନବାହାନ ସଂଖ୍ୟାକୁ ହ୍ରାସ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦରେ ଏହି ଆହ୍ବାନ ଦେଇଥିଲେ । ଗୁଜରାଟ ଏବଂ ଆସାମ ଗସ୍ତ ସମୟରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିଲା। କାରକେଡରେ ଇ-ବାହାନ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି ୟୁପି ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ କାଫିଲାରେ ବ୍ୟବହାର ହେଉଥିବା ଗାଡି ସଂଖ୍ୟାକୁ ହ୍ରାସ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ:
ରବିବାର ହାଇଦ୍ରାବାଦରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ୍ ଯୁଦ୍ଧର ଆର୍ଥିକ ପ୍ରଭାବକୁ ମୁକାବିଲା କରିବା ଏବଂ ମୁଦ୍ରା ଭଣ୍ଡାର ସୁରକ୍ଷା ପାଇଁ ଲୋକମାନଙ୍କୁ ଆହ୍ବାନ ଦେଇଥିଲେ । ପିଏମ୍ ମୋଦି ପେଟ୍ରୋଲ୍ ଓ ଡିଜେଲ୍ ବ୍ୟବହାର କମାଇବା, ଅଧିକ ପରିମାଣରେ ମେଟ୍ରୋ ରେଳ ସେବା ବ୍ୟବହାର କରିବା, କାରପୁଲିଂ, ଇଲେକ୍ଟ୍ରିକ୍ ଯାନ ବ୍ୟବହାର ଓ ରେଳ ପାର୍ସେଲ୍ ସେବାକୁ ପ୍ରୋତ୍ସାହନ ଦେବା ସହିତ ‘ୱର୍କ ଫ୍ରମ୍ ହୋମ୍’ କରିବାକୁ ପରାମର୍ଶ ଦେଇଥିଲେ ।
ଅଧିକ ପଢନ୍ତୁ- Plane Crash : ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର କିଛି ମାସ ପରେ ବାରାମତୀରେ ପୁଣି ବିମାନ କ୍ରାସ୍, କାରଣ ଅସ୍ପଷ୍ଟ