ଭୁବନେଶ୍ୱର,୦୫/୦୯: ଆଜି ଦେଶର  ୪୫ ଜଣଙ୍କୁ ମିଳିବ ଜାତୀୟ ଶିକ୍ଷକ ପୁରସ୍କାର  ୨୦୨୫ । ଏଥିରେ ଓଡ଼ିଶାର ଦୁଇ ଜଣ ଶିକ୍ଷକ ରହିଛନ୍ତି । କୋରାପୁଟସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ  ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶ ଓ  ମାଲକାନଗିରି ଜିଲ୍ଲା କୋଣ୍ଡେଲ ସରକାରୀ  ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ବସନ୍ତ  କୁମାର ରଣା ଜାତୀୟ ଶିକ୍ଷକ ପୁରସ୍କାର ପାଇଁ  ମନୋନୀତ ହୋଇଛନ୍ତି ।

ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ  ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକଙ୍କୁ ପୁରସ୍କୃତ କରିବେ । ଜାତୀୟ ଶିକ୍ଷକ  ପୁରସ୍କାର ୨୦୨୫ ପାଇଁ ସାରା ଦେଶରୁ ୪୫  ଜଣଙ୍କୁ ମନୋନୀତ କରାଯାଇଛି । ପ୍ରତ୍ୟେକ  ପୁରସ୍କାରରେ ସାର୍ଟିଫିକେଟ୍‌, ନଗଦ ୫୦ ହଜାର  ଟଙ୍କା ସହ ରୌପ୍ୟ ପଦକ ପ୍ରଦାନ କରାଯିବ ।