ଭୁବନେଶ୍ୱର ୦୫/୦୨: ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬-୧୭ ଡିଗ୍ରୀ ପାଖାପାଖି ରହିପାରେ । କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଶୁକ୍ରବାର ଫୁଲବାଣୀରେ ୧୨ ଡିଗ୍ରୀ, ବଲାଙ୍ଗିରରେ ୧୩, ବୌଦ୍ଧରେ ୧୪ ଡିଗ୍ରୀ ରହିପାରେ । ରାଉରକେଲା ଓ ନବରଙ୍ଗପୁରରେ ୧୨ ଡିଗ୍ରୀ ରହିବ । ଶନିବାର ଫୁଲବାଣୀ ଓ ନବରଙ୍ଗପୁରରେ ୧୧ ଡିଗ୍ରୀ ରହିପାରେ । ମଙ୍ଗଳବାର ରାତିରେ ତାପମାତ୍ରା ୧୪-୧୫ ଡିଗ୍ରୀ ଥିଲା ।
ଆହୁରି ପଢ଼ନ୍ତୁ : ପ୍ରକଳ୍ପଗୁଡ଼ିକ କେବଳ ଭିତ୍ତିଭୂମି ନୁହେଁ, ସୁନ୍ଦର ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରିବ : ମୁଖ୍ୟମନ୍ତ୍ରୀ