ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ୩ ଯୁବକ ଗିରଫ, ଅଟୋ ଜବତ

Published By : Prameya | November 5, 2024 12:27 PM

Image Courtesy: sokodirectory

ଭୁବନେଶ୍ୱର,୦୫/୧୧: ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସକୁ ସଫଳତା ମିଳିଛି । ଏହି ଘଟଣାରେ ଦିଲ୍ଲୀ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ଏକ ଅଟୋ  ଜବତ କରିଛି । ଦୁଇଦିନିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ  ନୂଆଦିଲ୍ଲୀରେ ପହଞ୍ଚିବା  ପରେ ଏକ ସାମ୍ବାଦିକ ସମ୍ମିଳନୀରେ  ଏହି ସୂଚନା ଦେଇଛନ୍ତି । ଏହି ଘଟଣାର  ଅଧିକ ତଦନ୍ତ କରିବାକୁ ଆମେ ଦିଲ୍ଲୀ  ପୁଲିସ୍‌କୁ କହିଛୁ  ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି ।  

ଉକ୍ତ ମହିଳା  ପ୍ରାୟ ବର୍ଷେ ହେବ ଦିଲ୍ଲୀର କଟୱାରିଆ  ସରାଇରେ ଜଣେ ବନ୍ଧୁଙ୍କ ପାଖରେ  ରହୁଥିଲେ । କୌଣସି କାରଣରୁ  ଅଗଷ୍ଟ ମାସରେ ତାଙ୍କୁ ବନ୍ଧୁଙ୍କ ଘର  ଖାଲି କରିବାକୁ କୁହାଯାଇଥିଲା । ଗତ  ମାସ ୧୦ ତାରିଖ ବିଳମ୍ବିତ ରାତିରେ  ମହିଳାଙ୍କୁ ୩ ଜଣ ଅଭିଯୁକ୍ତ ଅଟୋରେ  ଅପହରଣ କରି ନେଇ ଗଣ ବଳାତ୍କାର  କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ । 

ଏହି ଘଟଣାକୁ ଓଡ଼ିଶା ସରକାର  ଗମ୍ଭୀରତାର ସହ ନେଇଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଡିଜିପି  ୱାଇ.ବି. ଖୁରାନିଆ ଦିଲ୍ଳୀ ପୁଲିସ  କମିଶନରଙ୍କ କଥା ହୋଇଥିଲେ ।  ଓଡ଼ିଶାର ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ  ନେତୃତ୍ୱରେ ଏକ ଟିମ୍‌ ଦିଲ୍ଲୀ ଯାଇ  ପୀଡ଼ିତାଙ୍କୁ ଭେଟିବା ସହ ଚିକିତ୍ସା  ବିଷୟରେ ଏମ୍‌ସ ଡାକ୍ତରଙ୍କ ସହ  ଆଲୋଚନା କରିଥିଲେ । 

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ  ଓଡ଼ିଆ ଲୋକମାନେ ଓଡ଼ିଶା ଓ ଭାରତ  ବାହାରେ ରହୁଛନ୍ତି । ବିଭିନ୍ନ କାରଣରୁ  ସେମାନେ ନିଜକୁ  ଅସୁରକ୍ଷିତ ମନେ  କରୁଛନ୍ତି । ଯଦି  କୌଣସି ଘଟଣା  ରାଜ୍ୟ ସରକାରଙ୍କ ନଜରକୁ ଆସୁଛି  ତା’ହେଲେ ସରକାର ତ୍ୱରିତ ନିଷ୍ପତ୍ତି  ନେଉଛନ୍ତି । ସମସ୍ତ ପ୍ରବାସୀ ଓଡ଼ିଆଙ୍କ  ସହ ଆମେ ଦୃଢ଼ ଭାବେ ଠିଆ ହେବାର  ଭରସା ଦେଉଛୁ । ସେମାନଙ୍କୁ ନ୍ୟାୟ  ଓ ସୁରକ୍ଷା ଦେବା ପାଇଁ ଆମେ  ପ୍ରତିଶ୍ରୁତିବଦ୍ଧ । ଦିଲ୍ଲୀ ଘଟଣାରେ  ଆମ ସରକାର ପୁଲିସ ସହ ପ୍ରତ୍ୟକ୍ଷ  ଯୋଗାଯୋଗରେ ଥିଲା । ସେଥିପାଇଁ  ଆଜି ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି  ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.