ଭୁବନେଶ୍ବର, ୧୯/୧୧ : ଓମେନ୍ସ ଅଣ୍ଡର ୨୩ ଟି-୨୦ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ମହିଳା ଟିମ୍ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା । ଚୟନ କମିଟି ଚେୟାରପର୍ସନ ସଶ୍ମିତା ପଟ୍ଟନାୟକ, ମୁଖ୍ୟ କୋଚ୍ ସ୍ବାଗତିକା ରଥ ପ୍ରମୁଖ ୧୬ଜଣିଆ ଓଡ଼ିଶା ଓମେନ୍ ଅଣ୍ଡର ୨୩ ଟିମ୍ ଘୋଷଣା କରିଛନ୍ତି । ପ୍ରଥମ ୩ଟି ମ୍ୟାଚ୍ ପାଇଁ ଏହି ଦଳ ଘୋଷଣା ହୋଇଛି । ବିସିସିଆଇର ଘରୋଇ ସିଜନ ୨୦୨୫-୨୬ର ଏହି ମ୍ୟାଚ୍ ଖେଳାଯିବ ।
ଏହି ଟିମରେ ଅଧିନାୟକ ଭାବେ ଅଲିପ୍ସା ବିଶ୍ବାଳ ରହିଥିବାବେଳେ ଉପ ଅଧିନାୟକ ଭାବେ ତନମୟୀ ବେହେରା ରହିଛନ୍ତି । ଓ୍ବିକେଟ କିପର ଭାବେ ଦିବ୍ୟ ରାଉତରାୟ, ତନଓ୍ବି ରଞ୍ଜନ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂଜାରାଣୀ ଦାସ, ସୁଚିଶ୍ମିତା ପଣ୍ଡା, ଅଙ୍କିତା ଗିରି, ପ୍ରାର୍ଥନା ପ୍ରତିଶ୍ରୁତି, ଶୁଭ୍ର ଏନ.ସ୍ବାଇଁ, ଜିଏମ୍ ଅଳକାନନ୍ଦ, ଅନନ୍ୟା ମିଶ୍ର, ସୁଲଗ୍ନା ନାୟକ, ଏସବି ଲୋରେନ୍ସ ,ସ୍ରେୟା ପ୍ରିୟଦର୍ଶନୀ, ଜ୍ୟୋତିକ ପ୍ରସାଦ, କଲାନ୍ସି ଧରିତା ପ୍ରମୁଖ ସାମିଲ ହୋଇଛନ୍ତି । ଷ୍ଟାଣ୍ଡ ବାଏ ଖେଳାଳୀ ଭାବେ ଜ୍ୟୋସି ନାୟକ, ପାଣି କେ ପ୍ରସାଦ, ସୂର୍ଯ୍ୟଶାନ୍ତ ସ୍ବାଇଁ, ସୋନାଲିଶା ସ୍ବାଇଁ ରହିଛନ୍ତି ।
୫ଟିକିଆ ଏହି ସିରିଜ୍ ୨୪ନଭେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ୨୪ନଭେମ୍ବରରେ ଓଡ଼ିଶା ବନାମ ସିକ୍କିମ ମଧ୍ୟରେ ଖେଳାଯିବ । ୨୫ନଭେମ୍ବର ଓଡ଼ିଶା ବନାମ ଉତ୍ତରାଖଣ୍ଡ । ୨୭ନଭେମ୍ବର ହରିୟାଣା ବନାମ ଓଡ଼ିଶା । ୨୯ନଭେମ୍ବର ବରୋଦା ବନାମ ଓଡ଼ିଶା । ଡିସେମ୍ବର ୧ ମୁମ୍ବାଇ ବନାମ ଓଡ଼ିଶା ।