ନୂଆଦିଲ୍ଲୀ,୯/୧୧ : ନିରନ୍ତର ସହରାଞ୍ଚଳ ଗତିଶୀଳତା ପାଇଁ ଅଭିନବ ଆଭିମୁଖ୍ୟ ଅବଲମ୍ବନ କରି ଓଡ଼ିଶା ଜାତୀୟ ମାନ୍ୟତା ହାସଲ କରିଛି । ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (ସି. ଆର. ୟୁ.ଟି) ଭୁବନେଶ୍ୱରକୁ ଏହାର ଫ୍ଲାଗସିପ୍ ପଦକ୍ଷେପ "ସର୍ବୋତ୍ତମ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ରାଜ୍ୟ/ୟୁଟି ପାଇଁ ରନିଂ କଫି" ବର୍ଗରେ "ଆମ୍ ବସ ଏବଂ ଆମ୍ ଇ-ରାଇଡ୍" ପାଇଁ "ସହରାଞ୍ଚଳ ପରିବହନରେ ସ୍ୱତନ୍ତ୍ର ପୁରସ୍କାର" ପ୍ରଦାନ କରାଯାଇଛି।

ଆଜି ଗୁରୁଗ୍ରାମରେ ଅନୁଷ୍ଠିତ ଅର୍ବାନ ମୋବିଲିଟି ଇଣ୍ଡିଆ(ୟୁଏମଆଇ) ସମ୍ମିଳନୀ ୨୦୨୫ର ଉଦଯାପନୀ ଅଧିବେଶନରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଥିଲେ। ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (ସିଆରୟୁଟି)ର ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରଦତ୍ତ ଟ୍ରଫି ଗ୍ରହଣ କରିଥିଲେ।

ଏହି ଜାତୀୟ ସମ୍ମାନ ଜନକେନ୍ଦ୍ରିତ ଏବଂ ସବୁଜ ପରିବହନ ସମାଧାନରେ ଓଡ଼ିଶାର ନେତୃତ୍ୱକୁ ଦୋହରାଇଥାଏ, ଯାହା ସମନ୍ୱିତ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ମାଧ୍ୟମରେ ଆଧୁନିକ, ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ସହର ନିର୍ମାଣ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।