ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଫିନଟେକ୍ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ସମ୍ପୂର୍ଣ୍ଣ ସୁଯୋଗ ନେବେ ଓଡ଼ିଶାର ଯୁବପିଢ଼ି : ଧର୍ମେନ୍ଦ୍ର ପ୍ରଧାନ

Published By : Gurupada Nath | August 22, 2025 11:09 PM

ଭୁବନେଶ୍ୱର,୨୨/୮ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ‘ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ (I-GFTCH) - ଭାରତନେତ୍ରର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସିଙ୍ଗାପୁରସ୍ଥିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟଓ୍ୱାର୍କ(ଜିଏଫଟିଏନ) ସହଯୋଗରେ ଭୁବନେଶ୍ୱରକୁ ବିଶ୍ୱ ଆର୍ଥିକ ଟେକ୍ନୋଲୋଜି ଏବଂ ଇନସ୍ୟୁରଟେକ୍, ଇନୋଭେସନ ହବ୍ ରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭୁବନେଶ୍ୱରରେ ଜ୍ଞାନ ପରମ୍ପରା ଦୀର୍ଘ ଦିନରୁ ରହି ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଆହ୍ୱାନ କରିଛନ୍ତି । ଏହି ସମୟରେ ୨୦୩୬ସୁଦ୍ଧା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ଆଜିର ପଦକ୍ଷେପ ଆମ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ  ଦ୍ୱାରା ପରିକଳ୍ପିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପ । ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’  ଡିଜିଟାଲ ନବସୃଜନକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ଯୁବପିଢ଼ିଙ୍କୁ ବିଶେଷ ଭାବରେ ଫିନଟେକ୍ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ସୁଯୋଗକୁ ହାତଛଡା କରିବାକୁ ଦେବ ନାହିଁ । ଯୁବବର୍ଗଙ୍କୁ ଇନସ୍ୟୁରଟେକ୍, ଡିଜିଟାଲ ଫାଇନାନ୍ସ, ଏଆଇ, ବ୍ଲକ ଚେନ୍ ଏବଂ ଭବିଷ୍ୟତବାଦୀ ଦକ୍ଷତା କ୍ଷେତ୍ରରେ ଯୁବପିଢିଙ୍କୁ ଚାକିରି ପାଇଁ ଦକ୍ଷତା ପ୍ରଦାନ କରିବ । I-GFTCH ଏଠାରେ ଭୁବନେଶ୍ୱରରେ ସ୍ଥାନୀୟ ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ସୁଯୋଗ ଦେବା ପାଇଁ ସହଯୋଗୀ ଭାବରେ କାମ କରିବ । ଓଡ଼ିଶାକୁ ଏକ ଡିଜିଟାଲ-ଅ୍ରଣୀ ଅର୍ଥନୀତିରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବରୁ ଆୟୋଜିତ ଏକ ସାକ୍ଷାତକାରରେ ସିଙ୍ଗାପୁର ଜିଏଫଟିଏନର ଗ୍ରୁପ ସିଇଓ ସୋପ୍ନେନ୍ଦୁ ମହାନ୍ତିଙ୍କ ସହ ବାର୍ତ୍ତାଳାପ କରିଥିଲେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ସିଙ୍ଗାପୁର ମଡେଲର କ୍ରିୟାନ୍ୱୟନ ନେଇ ଆସିଥିବା କଳ୍ପନା ସହ ଆର୍ଥିକ କ୍ଷେତ୍ରରେ ଭବିଷ୍ୟତକୁ ନୂଆ ଆକାର ଦେବା : ପ୍ରତିଭା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନକୁ ରାସ୍ତା କଥାବସ୍ତୁ ଉପରେ ମତ ରଖିଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ପେଟ୍ରୋଲିୟମ ମନ୍ରୀ ନ ଥିବା ସମୟରେ ସିଙ୍ଗାପୁର ଗସ୍ତରେ ଥିବାବେଳେ ଜୁରଙ୍ଗ ଆଇଲ୍ୟାଣ୍ଡ ଭଳି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସମୟରେ ଓଡ଼ିଶାରେ ସିଙ୍ଗାପୁର ମଡେଲର କ୍ରିୟାନ୍ୱୟନ ମନରେ ଭାବନା ଆସିଥିଲା । ଓଡ଼ିଶାରେ ଅପାର ସମ୍ଭାବନା, ପ୍ରାକୃତିକ ସମ୍ବଳ, ସୁଦୀର୍ଘ ବେଳାଭୂମି, ଜଙ୍ଗଲ, ପ୍ରତିଭା ସମ୍ପଳ ମାନବ ସମ୍ବଳ ଅଛି । ଯଦି ଏଫଏମ କଲେଜରୁ ପାଠପଢି ସୋପ୍ନେନ୍ଦୁ ମହାନ୍ତିଙ୍କ ପରି ଟେକ୍ନୋକ୍ରାଟମାନେ ସିଙ୍ଗାପୁରରେ କାମ କରୁଛନ୍ତି ତେବେ ଓଡ଼ିଆ ପିଲାମାନେ କାହିଁକି ନୁହେଁ ? ସଠିକ୍ ସୁଯୋଗ ପ୍ରଦାନ କଲେ, ଓଡ଼ିଆ ପିଲାମାନେ ଯେକୌଣସି ବିଷୟ ହାସଲ କରିପାରିବେ । ବିଶେଷ ଭାବରେ ଓଡ଼ିଶାର ଯୁବ ପ୍ରତିଭାକୁ ଉପଯୋଗ କରିବା ଦିଗରେ ସିଙ୍ଗାପୁର ଭଳି ଇକୋସିଷ୍ଟମ ତିଆରି ହେବା ଦରକାର । 

ଯୁବକଙ୍କ ରୋଜଗାର ସୃଷ୍ଟି କରିବା ଉପରେ ଶ୍ରୀ ପ୍ରଧାନ କହିଥିଲେ ବର୍ତ୍ତମାନ ସମୟରେ ଏଆଇ ଭଳି ଟେକ୍ନୋଲୋଜି ବଦଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଗ୍ରୀ ଅପେକ୍ଷା ଦକ୍ଷତାକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ନୂଆ ଜାତୀୟ ଶିକ୍ଷା ନୀତି  ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛି । ବର୍ତ୍ତମାନ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନାମଲେଖାରେ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ୨୦୩୦ ସୁଦ୍ଧା ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖାକୁ ୫୦ ପ୍ରତିଶତ  ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ।  ଭାରତ ସରକାର, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ମିଳିତ ଭାବରେ ଦକ୍ଷତା କ୍ଷେତ୍ରରେ ଆର୍କିଟେକ୍ଟ ନିର୍ମାଣ କରିବା ସହ ଉଦ୍ୟୋଗୀ ପରମ୍ପରାକୁ ପ୍ରୋତ୍ସାହନ ଦେବା ଦିଗରେ ଆଗେଇ ଆସିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରନ୍ତର ପ୍ରଚେଷ୍ଟା କାରଣରୁ ଇନୋଭେସନକୁ ଏକ ବ୍ରାଣ୍ଡରେ ପରିଣତ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଆମକୁ ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦେଇ ରାଜ୍ୟର ଯୁବବର୍ଗଙ୍କ ପାଇଁ ରୋଜଗାର ଆଧାରିତ ପରିସଂସ୍ଥାନ ତିଆରି କରିବା ଆବଶ୍ୟକ । 

ଦକ୍ଷତାର ସହ ଦୁଃସାହସୀ ହେବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ ଓଡ଼ିଶା ସମେତ ଭାରତ ସ୍ୱାଭାବିକ ଭାବରେ ଉଦ୍ୟୋଗୀ ସମାଜ । ନବସୃଜନ ଏବଂ ଉଦ୍ୟମିତା ଆମର ପିଲାମାନଙ୍କ ଡିଏନଏରେ ଅଛି । ଯୁବବର୍ଗଙ୍କୁ ରୋଜଗାର ଅନ୍ୱେଷଣ କରିବା ଅପେକ୍ଷା ରୋଜଗାରଦାତା ଉପରେ ଶ୍ରୀ ପ୍ରଧାନ ମତ ପ୍ରକାଶ କରିଥିଲେ । କେନ୍ଦ୍ରମନ୍ତ୍ରୀ ଏହି ସାକ୍ଷାତକାରରେ ଓଡ଼ିଆ ପିଲାମାନଙ୍କ ଦ୍ୱାରା ବିକଶିତ ଡ୍ରୋନ ଟେକ୍ନୋଲୋଜି , ଗୋଟ୍ ବ୍ୟାଙ୍କ୍, ଷ୍ଟେମ ଶିକ୍ଷାରେ ଛାତ୍ରୀଙ୍କ ଅଭୁତପୂର୍ବ ସଫଳତା, ବ୍ଲିଙ୍କ୍ ଇଟ୍ ଭଳି ଟେକ୍ନୋଲୋଜି ମାଧ୍ୟମରେ ଓଡ଼ିଶାର ମାତୃଶକ୍ତିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ୱବଜାରରେ ପହଞ୍ଚାଇବା ଭଳି ଉଦ୍ୟମ ଉପରେ ଚର୍ଚ୍ଚା କରିଥିଲେ । ଓଡ଼ିଶାର ବୀରତ୍ୱ ଉପରେ ପ୍ରକାଶ କରିବା ସହ ଆମର ନୌବାଣିଜ୍ୟ, କଳିଙ୍ଗ ଯୁଦ୍ଧ ଏବଂ ବାଜି ରାଉତଙ୍କ କାହାଣୀ ଉପରେ ମଧ୍ୟ ସେ କହିଥିଲେ । ଓଡ଼ିଶା ସମ୍ଭାବନା ଏବଂ ଅସୀମ ପ୍ରତିଭାର ଭୂମି। ଓଡ଼ିଶାରେ ନିବେଶ କରିବାକୁ ଶ୍ରୀ ପ୍ରଧାନ ନିବେଶକଙ୍କୁ ନିମନ୍ତ୍ରଣ ଏବଂ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ଭାରତନେତ୍ର ହାକାଥନ ଓ୍ୱେବସାଇଟର ଶୁଭାରମ୍ଭ ସହ ଜିସିସି ପ୍ଲସ ଓଭରାଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସିଙ୍ଗାପୁର ଜିଏଫଟିଏନର ସିଇଓ ସୋପ୍ନେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.