ଭୁବନେଶ୍ୱର, ୮ ।୬: ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2026) ର ଫଳାଫଳ ପ୍ରକାଶ ପାଇଛି । ଓଡିଶା ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପରୀକ୍ଷା ଫଳାଫଳ ପୁସ୍ତିକାର ଉନ୍ମୋଚନ କରିଛନ୍ତି। ଓଜେଇଇ ପରୀକ୍ଷାର ବିଫାର୍ମାରେ ଶୁଭ୍ରାଂଶୁ ସୁତାର ଟପ୍ପର ହୋଇଛନ୍ତି।

୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ ୧୬ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। B.CAT, LE-Tech. (Dip), LE-Tech. (B.Sc.), B. Pharm., MBA, MCA, Int. MBA, LE-Pharm., M.Pharm, M. Arch, M. Plan, M. Tech., Basic B.Sc Nursing, Post Basic B.Sc Nursing, M.Sc Nursing ଏବଂ Post Diploma Nursing ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା। ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ପାଟଣା ଏବଂ ରାଞ୍ଚିରେ, ସର୍ବମୋଟ ୯୯ ଟି ପରୀକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା।

ଚଳିତ ବର୍ଷ ଶୁଭ୍ରାଂଶୁ ସୁତାର (B. Pharm), ଅରୁଣ କୁମାର ଜେନା (LE-Tech. (Dip), ସୁରଜ କୁମାର ଝା (LE-Tech. (B.Sc.), ଦେବାଶିଷ ବେହେରା (LE-Pharma), ତ୍ରିବିକ୍ରମ ପ୍ରଧାନ (MBA), ନରେନ ପାତ୍ର (MCA / M.Sc. (Comp. Sc.), ଶ୍ରୀମୟୀ ପାଣିଗ୍ରାହୀ (INT. MBA), ଦେବ ମଣ୍ଡଳ (B. CAT-ସିନେମାଟୋଗ୍ରାଫି ଆଣ୍ଡ ସାଉଣ୍ଡ ରେକର୍ଡିଂ ଆଣ୍ଡ ସାଉଣ୍ଡ ଡିଜାଇନ୍/ଫିଲ୍ମ ଏଡିଟିଂ), ଶ୍ୟାମସୁନ୍ଦର ବେହେରା (M. PHARM), ସାଇ ଆର୍ଯ୍ୟା ଅନୁଷ୍କା ନାୟକ (M. ARCH), ସାଗରିକା ଆଚାର୍ଯ୍ୟ(M. PLAN)ରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ସେହିପରି M.Tech. ପାଠ୍ୟକ୍ରମରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ସ୍ବାଗତ କୁମାର ବେହୁରା

ଚଳିତ ବର୍ଷ ମୋଟ୍ ୧,୦୩,୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ୯୨,୬୨୮ ପରୀକ୍ଷାର୍ଥୀ (୮୯.୫୫%) ପରୀକ୍ଷାରେ ଭାଗ ନେଇଥିଲେ। ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୬୨,୬୯୧ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କ ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (Rank) ଦିଆଯାଇଛି। ପରୀକ୍ଷାର୍ଥୀମାନେ OJEE website (www.ojee.nic.in) ରୁ ନିଜ ନିଜର Rank Card ପାଇପାରିବେ ।

ଫଳାଫଳ ପ୍ରକାଶ ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଓଜେଇଇ ଚେୟାରମ୍ୟାନ ଦେବପ୍ରକାଶ ଶତପଥୀ, ଓଜେଇଇ ସେକ୍ରେଟାରୀ ରଞ୍ଜନ କୁମାର ଜେନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ବିଶ୍ବରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡର ପୁନର୍ଗଠନ, ମୁଖ୍ୟମନ୍ତ୍ରୀ ରହିଲେ ଅଧ୍ୟକ୍ଷ