ବୀରମହାରାଜପୁର,୧୧/୦୬: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଆମ୍ବସରଭଟା ଗାଁର ଯତୀନ ମେହେର ଓଜେଇଇ ବି-ଫାର୍ମାରେ ଟପ୍ପର ହୋଇଛନ୍ତି । ଚୈତନ୍ୟ ମେହର ଓ ସୁମିତ୍ରା ମେହେରଙ୍କ ପୁଅ ବି-ଫାର୍ମାରେ ରାଜ୍ୟରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଓଜେଇଇରେ ଏହି ସଫଳତା ପରେ ସେ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।
ପ୍ରକାଶ ଯୋଗ୍ୟ କି, ମଙ୍ଗଳବାର ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଆମ୍ବସରଭଟା ଗାଁର ଯତୀନ ମେହେର ରାଜ୍ୟସ୍ତରୀୟ ଓଜେଇ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ବିଫାର୍ମାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସୁବଳୟା ସମେତ ବୀରମହାରାଜପୁର ଏବଂ ସୋନପୁର ପାଇଁ ଗୌରବ ଆଣିଛନ୍ତି ଯତୀନ । ତାଙ୍କର ସଫଳତା ପାଇଁ ବାପାମାଆ ଗର୍ବ ଅନୁଭବ କରିଛନ୍ତି । ଯତୀନଙ୍କ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ତାଙ୍କ ବଡ ଭାଉଣୀ ମଧ୍ୟ ବିଶ୍ୱବିଦ୍ୟାଳୟ ସ୍ତରରେ ୨୦୨୩ ମସିହାରେ ପଦାର୍ଥ ବିଜ୍ଞାନରେ ପ୍ରଥମ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଥିଲା ।
କହି ରଖୁଛି କି, ଗତକାଲି (ମଙ୍ଗଳବାର) ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୫ ରେଜଲ୍ଟ ପ୍ରକାଶ ପାଇଥିଲା । ଏଥିରେ ୫୫ ହଜାର ୩୬୨ ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଆଧାରରେ ରାଙ୍କ ମିଳିଛି । ବିଭିନ୍ନ ପାଠ୍ୟକ୍ରମରେ ଶୀର୍ଷ ସ୍ଥାନରେ ଥିଲା ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ବି-ଫାର୍ମାରେ ଯତୀନ ମେହେର, ଏମ୍ବିଏରେ ଅନୁରାଗ ମିଶ୍ର, ଏମ୍ଟେକ୍ରେ ମନ୍ମଥ ପଣ୍ଡା ଟପ୍ପର ହୋଇଛନ୍ତି । ଜୁଲାଇ ୧୫, ୧୬ରେ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ ।