ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ପୁରାତନ ଚାନ୍ଦବାଲି ବନ୍ଦର ପ୍ରତିଷ୍ଠା ଦିବସ: ବନ୍ଦର ନାହିଁ, ବଞ୍ଚିଛି କେବଳ ସ୍ମୃତି

Published By : Harapriya Sethi | March 30, 2025 7:01 AM

ଚାନ୍ଦବାଲି,୩୦/୩ : ଦିନ ଥିଲା ଭଦ୍ରକ ଜିଲ୍ଲାର ପୁରାତନ ଚାନ୍ଦବାଲି ବନ୍ଦର ସମଗ୍ର ରାଜ୍ୟର ଆର୍ଥିକ ମାନଦଣ୍ଡର ମାଧ୍ୟମ ସାଜିଥିଲା । ମାତ୍ର ଏବେ ବନ୍ଦରର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି । ଐତିହ୍ୟ ଚାନ୍ଦବାଲିକୁ ସମସ୍ତେ ଭୂଲି ଯାଇଛନ୍ତି । ଉନ୍ନବିଂଶ ଶତାଦ୍ଦୀର ଏକମାତ୍ର ବାଣିଜ୍ୟକ ପେଣ୍ଠସ୍ଥଳୀ ଚାନ୍ଦବାଲି ବନ୍ଦରର ବକାଶ ଦିଗରେ କେହି ଧ୍ୟାନ ଦେଉନାହାନ୍ତି । ମାତ୍ର କେବଳ ସ୍ମୃତି ବଞ୍ଚାଇ ରଖିବାକୁ ଚାନ୍ଦବାଲି ସଂସ୍କାର ପରିବାର ପକ୍ଷରୁ ପ୍ରାଚୀନ ଚାନ୍ଦବାଲି ବନ୍ଦରର ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଆବାହକ ତାରାପଦ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ଦୀପକ କୁମାର ସାହୁ, ସ୍ମୃତିରଞ୍ଜନ ଯତି, ଭାଗୀରଥି ଦାଶ ପ୍ରମୁଖ ଶାସ୍ତ୍ରୀଘାଟଠାରେ ବୈତରଣୀ ନଦୀ ବନ୍ଧାପନା କରିଥିଲେ । ସକାଳ ୧୦ଟା ବେଳେ ଅଶୋକ କୁମାର ପଣ୍ଡାଙ୍କ ସଂଯୋଜନାରେ ମତୋ କଲ୍ୟାଣ ମଣ୍ଡପରେ ବହିତ୍ର ବନ୍ଧିତ ରମ୍ୟ ଚାନ୍ଦବାଲି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ସାଧୁ ଚରଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମତୋ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ବିଶ୍ୱାଳ, ସମାଜସେବୀ ସୁକାନ୍ତ ଦାସ, ଯୁବନେତା ମଙ୍ଗୁଳି ଚରଣ ବେହେରା, ଅବସରପ୍ରାପ୍ତ କର୍ମଚାରୀ ରମେଶ ଚନ୍ଦ୍ର ସାମଲ, କବି ମନୋଜ କୁମାର ଭୋଳ, ଶିକ୍ଷାବିତ ରବୀନ୍ଦ୍ର କୁମାର ରଣା, ଅବସରପ୍ରାପ୍ତ ସେନା କର୍ମଚାରୀ ପୁର୍ଣ୍ଣଚନ୍ଦ୍ର ପଣ୍ଡା, ବାମପନ୍ଥୀ ନେତା ବେଣୁଧର ନାୟକ ଓ ବ୍ରହ୍ମାନନ୍ଦ ପରିଡ଼ା, ଅବସରପ୍ରାପ୍ତ ଏବିଇଓ ଜୟକୃଷ୍ଣ ନାୟକ, ଶିକ୍ଷକ ଅମୂଲ୍ୟ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ । 

ଏଥିରେ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ୧୮୬୬ ମସିହାର ନଅଙ୍କ ଦୁଭି ର୍କ୍ଷର ପରବର୍ତୀ ସମୟରେ ଏହି ବନ୍ଦର ପ୍ରତିଷ୍ଠା ହୋଇଥିବାବେଳେ ୧୮୮୧ ମସିହା ମାର୍ଚ୍ଚ ୨୮ ତାରିଖରେ ଏହାକୁ ଇଂରେଜ ସରକାର ସ୍ୱୀକୃତି ଦେଇଥିଲେ । କେତେକ କାରଣ ପାଇଁ ଏହା ୧୯୬୦ ଦେଶକରେ ବନ୍ଦ ହୋଇଯାଇଥିଲା । ଫଳରେ ଚାନ୍ଦବାଲି ସମେତ ରାଜ୍ୟରେ ଅର୍ଥନୀତି ପ୍ରଭାବିତ ହୋଇଥିଲା । ବନ୍ଦରର ସ୍ମୃତି ସନ୍ତକକୁ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା ନେଇ ୨୦୨୧ ମସିହାରେ ସରକାରୀ ମଞ୍ଜୁରୀ ମିଳିଥିଲେ ମଧ୍ୟ ଅଦ୍ୟାବଧି ଏହା କାର୍ଯ୍ୟକାରୀ ହୋଇନାହିଁ । ସରକାର ଏଦିଗରେ ଧ୍ୟାନ ଦେବାକୁ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.