ନୂଆଦିଲ୍ଲୀ : ହମାସ ଚିଫ୍‌ ଇସ୍ରାଏଲ ସେନାର ହାତରେ ମରିବାକୁ ନିଜ ପାଇଁ ସବୁଠୁ ବଡ଼ ଉପହାର କହି ଥିଲା। ଦୁଇ ଦିନ ପୂର୍ବେ ଇସ୍ରାଏଲୀୟ ସେନା ହାତରେ ନିହତ ହୋଇଥିବା ହମାସ ଚିଫ୍‌ ସିନୱାର ପୂର୍ବରୁ ହିଁ ଇସ୍ରାଏଲୀୟ ସେନା ହାତରେ ନିଜ ମୃତ୍ୟୁକୁ ନିଜର ଉପହାର ଭାବୁଥିଲା। ଏକ ଭାଇରାଲ ଭିଡିଓରେ ନିଜ ମୃତ୍ୟୁ ବିଷୟରେ କହି ସିନୱାର କହିଥିଲା କି ଏହା ଇସ୍ରାଏଲୀୟ ସେନା ଦ୍ୱାରା ତାକୁ ଦିଆଯିବାର ସବୁଠୁ ବଡ଼ ଉପହାର ହେବ।

ଗୁରୁବାର ସିନୱାରର ମୃତ୍ୟୁ ଖବରକୁ ଇସ୍ରାଏଲର ବିଦେଶ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇ କହିଥିଲେ କି, ଇସ୍ରାଏଲୀୟ ଲୋକଙ୍କ ସାମୂହିକ ହତ୍ୟାକାଣ୍ଡ ପାଇଁ ଦାୟୀ ୟାହ୍ୱା ସିନୱାରକୁ ଆଜି ଇସ୍ରାଏଲୀୟ ସେନାର ସୈନିକମାନେ ମାରି ଦେଇଛନ୍ତି।  ହମାସ ଚିଫ୍‌ ସିନୱାରର ମରିବା ପରେ ନେତାନ୍ୟାହୁ ଘୋଷଣା କରି କହିଥିଲେ କି, ଆମେ ଗତ ବର୍ଷ ହୋଇଥିବା ଇସ୍ରାଏଲୀୟ ଲୋକଙ୍କ ନରସଂହାରର ପ୍ରତିଶୋଧ ନେଇ ସାରିଛୁ। 

ସିନୱାରର ମୃତ୍ୟୁ ପରେ ତାର ଏକ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ପୁରୁଣା ଭିଡ଼ିଓରେ ହମାସ ଚିଫ୍‌ ଇସ୍ରାଏଲୀୟ ସୁରକ୍ଷା ଫୋର୍ସ ବିଷୟରେ କଥା ହେଉ ଥିବାର ଶୁଣାଯାଉଛି। 

ଉଲ୍ଲେଖନୀୟ ଯେ , ୟାହ୍ୱା ସିନୱାରକୁ ଅଗଷ୍ଟରେ ଇସ୍ମାଇଲ ହାନିୟେହର ମୃତ୍ୟୁ ପରେ ହମାସର ଚିପ୍‌ କରାଯାଇ ଥିଲା। ଗତ ବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହୋଇଥିବା ହମଲାର ମାଷ୍ଟରମାଇଣ୍ଡ ସିନୱାରକୁ ହିଁ କୁହାଯାଉଥିଲା। ଏହି ହମଲା ବେଳେ ସିନୱାର ହମାସର ଡେପୁଟୀ ଚିଫ୍‌ ଥିଲା। ସିନୱାର ନିଜ ଜୀବନର ପାଖାପାଖି ଦୁଇ ଦଶକ ଇସ୍ରାଏଲୀୟ ଜେଲ୍‌ରେ ବିତାଇ ଥିଲା। ଏହି ସମୟରେ ତାକୁ ଏକ ମସ୍ତିଷ୍କ ରୋଗ ହୋଇଥିଲା , ଯାହାର ଚିକିତ୍ସା ଇସ୍ରାଏଲୀୟ ସରକାର କରାଇ ଥିଲା। 

କହି ରଖୁଛି କି , ଦୁଇ ଦିନ ପୂର୍ବେ ଏକ ରୁଟିନ ହମଲା ବେଳେ ଇସ୍ରାଏଲୀୟ ସେନା ସହ ଏହାର ଲଢେଇ ହୋଇଥିଲା, ଯେଉଁଥିରେ ସିନୱାର ସବୁଦିନ ପାଇଁ ହଜିଗଲା।