ସୋରଡା, ୧୧।୩ : ସୋରଡ଼ା ଖୀଲାବାଡ଼ି ରାସ୍ତା ପାର୍ଶ୍ୱରେ ଥିବା ଏକ ଭଙ୍ଗା କୁଡ଼ିଆରୁ ଜଣେ ବୃଦ୍ଧାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ସୋରଡା ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି l
ବୃଦ୍ଧା ଜଣଙ୍କ କିଛି ଦିନ ହେଲା ଏଠାରେ ବୁଲୁଥିଲେ l ସ୍ଥାନୀୟ ଜନତା କେତେବେଳେ କିଏ ଖାଦ୍ୟ ଓ ପାନୀୟ ଦେଉଥିଲେ ତାହା ଖାଇକି ରହୁଥିଲା l ତେବେ ଖିଲାବାଡ଼ି ରାସ୍ତାରେ ଜଣେ ଘୁଷୁରୀ ଚରାଳି ନିର୍ମାଣ କରିଥିବା କୁଡ଼ିଆ ମଧ୍ୟ କୁ ବୃଦ୍ଧା ଜଣଙ୍କ ଯାଇ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଇଛି l ମଙ୍ଗଳବାର ରାତିରେ ଉକ୍ତ କୁଡ଼ିଆ ଭିତରକୁ ବୃଦ୍ଧା ଜଣଙ୍କ ଯାଇ ଏପରି କରିଥିବା ସନ୍ଦେହ ହେଉଛି l ବୃଦ୍ଧା ଜଣଙ୍କ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ଅନୁମାନ କରୁଛି।