ଭୁବନେଶ୍ବର, ୨୬।୪ :  ବ୍ରହ୍ମପୁର ଉପକଣ୍ଠ ହୁଗୁଳାପଟା ଗ୍ରାମ ଛକରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଗ୍ରାମର ସାଇବାଣୀ ସାହୁ(୭୦)  । ତେବେ ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।  ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା   । ଏପରି କି ଦୁର୍ଘଟଣା ଗସ୍ତ ବାଇକକୁ ଜାଳିଦେଲେ ସ୍ଥାନୀୟ ଲୋକେ । 

ଗ୍ରାମର ସାଇବାଣୀ ସାହୁ କୌଣସି କାମରେ ଛକକୁ ଆସିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ସାଇବାଣୀ ଗୁରୁତର ଆହତ ହେବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।  ସେହି ବାଇକରେ ବସିଥିବା ୨ ଜଣ ଯୁବକ ମଧ୍ୟ ଆହତ ହୋଇଥିଲେ  ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଦାବିରେ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ କରିଥିଲେ।  ଘଟଣାସ୍ଥଳରେ ପୁଲିସ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।