ହିନ୍ଦୋଳ,୧୯।୧୨ ହାତୀ ଆକ୍ରମଣରେ ବୃଦ୍ଧ ମୃତ I ଧାନ ବିଲରେ ଧାନ ଅମଳ ପାଇଁ ବିଲରେ ଥିବା ସମୟରେ ବୃଦ୍ଧଙ୍କୁ ଦଳି କଚାଡି ମାରିଲା ଦନ୍ତା ହାତୀ I ମୃତକ ହେଲେ ହିନ୍ଦୋଳ ବନାଞ୍ଚଳ କଂକାଳୁ ଗ୍ରାମର ଗିରିଶ ବେହେରା (୭୦) I ଘଟଣା ସ୍ଥଳରେ ବନବିଭାଗ ଅଧିକାରୀ ପହଂଚି ତଦନ୍ତ ଜାରି ରଖିଛନ୍ତି ।
ଦୁଇ ଦିନ ତଳେ ପରିସ୍ରା ପାଇଁ ଘର ବାହାରକୁ ଉଠିବା ବେଳେ ହାତୀ ଜଣେ ବୃଦ୍ଧଙ୍କୁ ମାରିଥିବା ସମୟରେ ଆଜି ଧାନ ବିଲରେ ଧାନ କାଟୁଥିବା ସମୟ ହାତୀ ଦଳି ଚକଟି ମାରିଦେଇଛି I ଏହିପରି ହାତୀ ଆକ୍ରମାଣରେ ବାରମ୍ବାର ମୃତ୍ୟୁ ହେଉଥିବାରୁ ହିନ୍ଦୋଳ ଜନ ସାଧାରଣ ଭୟଭୀତ ଥିବା ଦେଖିବାକୁ ମିଳୁଛି I ଯଦି ଆଗାମୀ ଦିନରେ ଏହାର କୌଣସି ସ୍ଥାୟୀ ପ୍ରତିକାର କରାନଯାଏ ତେବେ ସାରା ହିନ୍ଦୋଳ ବାସି ରାଜରାସ୍ତା ଅବରୋଧ କରିବାର ଚେତାବନୀ ଦେଇଛନ୍ତି I