ପାଣିକୋଇଲି,୨୯।୧: ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ସାନସୋତି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ କୁଳମଣି ଦାଶ। । କୌଣସି କାମ କରୁଥିବା ସମୟରେ କୁଳମଣି ଦାଶ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ଏହାର ଖବର ପାଇ ଗ୍ରାମବାସୀ ନିକଟସ୍ଥ ପାଣିକୋଇଲି ଥାନାକୁ ଖବର ଦେଇଥିଲେ। ଖବର ପାଇ ପାଣିକୋଇଲି ପୁଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।