ଭୁବନେଶ୍ୱର, ୨୩/୦୨: ରାସ୍ତା ପାରି ହେବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍‌ । ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତକ ବଲାଙ୍ଗୀର ସହର ତାଲପାଲି ପଡାର ଅକ୍ଷୟ ମିଶ୍ର ବୋଲି ଜଣାପଡିଛି । ବଲାଙ୍ଗୀର ସହର ସିଭିଲ କୋର୍ଟ ସମ୍ମୁଖରେ ଏଭଳି ଏକ ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଅକ୍ଷୟ ମିଶ୍ର ସିଭିଲ କୋର୍ଟ ସମ୍ମୁଖରେ ରାସ୍ତା ପାରି ହେଉଥିଲେ । ଏହି ସମୟର ହଠାତ୍‌ ଏକ ବାଇକ୍‌ ଦୃତ ଗତିରେ ଆସି ବୃଦ୍ଧଙ୍କୁ ଧକ୍କା ଦେଇଥିଲେ । ଫଳରେ ସେ କିଛି ଦୂରକୁ ଛିଟିକି ପଡ଼ିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା ପୋଲିସ । ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ପଠାଇଥିଲା ପୋଲିସ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଏକ ମାମଲା ରୁଜୁ ହେବା ପରେ ଉକ୍ତ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।