ରାଇରଙ୍ଗପୁର, ୧୧/୧୦: ଦନ୍ତା ଆକ୍ରମଣରେ ଚାଲିଗଲା ଆଦିବାସୀ ବୃଦ୍ଧଙ୍କ ଜୀବନ । ମୃତକ ବସିଲା ଗାଁର ଆଦିବାସୀ ବୃଦ୍ଧ ରାମତା କଳା( ୮୦ ବର୍ଷ) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ ରେଞ୍ଜ ବାସିଲା ଗ୍ରାମରେ ଶନିବାର ସକାଳୁ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ସକାଳୁ ବୃଦ୍ଧ ଜଣକ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଏକ ଦନ୍ତା ବୃଦ୍ଧ ଜଣକ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ଦଳି ଦେଇଥିଲା । ଫଳରେ ବୃଦ୍ଧ ଜଣକ ପ୍ରାଣ ହରାଇଛନ୍ତି । ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।