ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ; ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ

Published By : Harapriya Sethi | July 6, 2025 9:53 AM

ଦଶପଲ୍ଲା,୦୬/୦୭: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା କଲୋନୀ ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ ନେଇ ଗଡ଼ିଲା ମୁଣ୍ଡ । ଟାଙ୍ଗିଆ ଚୋଟରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଉଛନ୍ତି କବିର ପ୍ରଧାନ ଏବଂ ହତ୍ୟାକାରୀ ଅଶୋକ ପ୍ରଧାନ(୫୫ ବର୍ଷ) ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ବୁଗୁଡା କଲୋନୀ ଗାଁର ଅଶୋକ ପ୍ରଧାନଙ୍କର ଆଜି ସକାଳ ୮ଟା ସମୟରେ କୌଣସି କାରଣକୁ ନେଇ କବିର ପ୍ରଧାନଙ୍କ ସହ ବଚସା ହୋଇଥିଲା। ସମୟ କ୍ରମେ ଏହା ଉଗ୍ରରୂପ ନେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଶୋକ ଏକ ଟାଙ୍ଗିଆରେ କବିରଙ୍କୁ ବାରମ୍ୱାର ଆକ୍ରମଣ କରିଥିଲେ । ପଡୋଶୀ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ଫଳରେ କବିରଙ୍କ କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଥିଲା। ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦଶପଲ୍ଲା ଥାନାକୁ ଖବର ଦେଇଥିଲେ । ଖବର ପାଇ ଦଶପଲ୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହା ସହ ଅଭିଯୁକ୍ତ ଅଶୋକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.