ନିମବାହାଳି,୧୪/୭ : ନାଗସାପ ଚୋଟରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ୍ ବାଲିମି ଥାନା ଗାଲପଡ଼ା ଗାଁରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ସୁକୁଟୁ ଦଳେଇ (୬୬ ବର୍ଷ)।
ସୂଚନାନୁଯାୟୀ, ସୋମବାର ସକାଳ ସାଢେ ୫ଟାରେ ଏକ ନାଗସାପ ସୁକୁଟୁ ଦଳେଇଙ୍କ ଘରେ ପଶି ତାଙ୍କ ପାଦକୁ ଚୋଟ ମାରିଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ନାଗସାପକୁ କାବୁ କରିବା ପାଇଁ ପରିବାର ଲୋକେ ଜାଲ ବିଛାଇ ସ୍ନେକହେଲ୍ପ ଲାଇନକୁ ଡକାଇଥିବା ସୂଚନା ମିଳିଛି । ଅନୁଗୁଳ ପୁଲିସ ସୁକୁଟୁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।