ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ୩ ଭାଲୁ, ବୃଦ୍ଧ ମୃତ

Published By : Rasmita Pradhan | June 26, 2025 1:40 PM

ଘଟଗାଁ, ୨୬/୦୬ : ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ୩ ଭାଲୁ। ଚାଲିଗଲା ବୃଦ୍ଧଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧିନ କୋଲିପଶି ଗ୍ରାମକୁ ଲାଗିଥିବା ଅଟେଇ ସଂରକ୍ଷିତ ଜଙ୍ଗଲରେ ଏହି ଘଟଣା ଘଟିଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଗୁରୁବାର ଭୋର୍ ସମୟରେ ଘଟଗାଁ ଥାନା ଅଧୀନ କୋଲିପଶୀ ଗ୍ରାମର ଜଣେ ବୃଦ୍ଧ ଛତୁ ଆଣିବା ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ୩ଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ବୃଦ୍ଧଙ୍କ ଚିତ୍କାର ଶୁଣି ଛତୁ ପାଇଁ ଜଙ୍ଗଲକୁ ଯାଇଥିବା ଆଉ କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଘଟଗାଁ ବନ ବିଭାଗ ଏବଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ବନ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜଙ୍ଗଲକୁ ଏକୁଟିଆ ନଯିବାକୁ ଏବଂ ରାତି ସମୟରେ ନଯିବାକୁ ସଚେତନ କରାଯାଉଥିଲେ ବି ଗ୍ରାମବାସୀ ସଚେତନ ହେଉ ନାହାଁନ୍ତି। ଯେଉଁଥିପାଇଁ ଏଭଳି ଅଘଟଣ ଘଟୁଛି ବୋଲି ଚର୍ଚ୍ଚା ହେଉଛି। ତେବେ ମୃତକଙ୍କ ପରିବାରକୁ ବନ ବିଭାଗ ତରଫରୁ ସହାୟତା ମିଳିବ ବୋଲି ବନ ବିଭାଗର ଅଧିକାରୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.