ପାପଡାହାଣ୍ଡି,୧୮।୮ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ଲହରା ସାହିରେ ସୋମବାର ସନ୍ଧ୍ୟାରେ କାନ୍ଥ ପଡି ଲହରା ସାହିର କୁସୁମ ବିନ୍ଧାଣି ଆହତ ହୋଇଛି | ଲଗାଣ ବର୍ଷା ଯୋଗୁଁ ସେ ଘରେ ରହିଥିବା ସମୟରେ ଘରର କାନ୍ଥ ପଡି ଯାଇ ତାଙ୍କ ଗୋଡ଼ ଓ ଛାତିରେ ମାଡ଼ ହୋଇଛି | ବର୍ତ୍ତମାନ ସେ ବାସନ୍ତି ବିନ୍ଧାଣିଙ୍କ ଘରେ ଆଶ୍ରୟ ନେଇଛନ୍ତି |
କୁସୁମଙ୍କ ପରିବାର ପରିବାର ବୋଲି କେହି ନାହାନ୍ତି | ଦଦରା ଘର ଉପରେ ପଲିଥିନ ଘଡ଼ାଇ ସେ ଏକାକୀ ରହୁଥିଲେ । କାନ୍ଥ ପଡିଯିବା ପରେ ପଡୋଶୀ ଲୋକ କୁସୁମଙ୍କୁ ଉଦ୍ଧାର କରିଥିଲେ । କୁସୁମ ପତ୍ର ବିକି ନିଜ ପେଟ ପୋଷନ୍ତି | ସରକାରଙ୍କ ତରଫରୁ କୌଣସି ସହାୟତା ମିଳୁନଥିବା ଜଣାପଡିଛି | ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ଲାଗି ନିବେଦନ କରିଛନ୍ତି।