ଅନୁଗୁଳ, ୨୬/୦୭ : ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର। ଅନୁଗୁଳ ଜିଲ୍ଲା ତଲଗଡ଼ ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ବୃଦ୍ଧ ଜଣଙ୍କ ହେଲେ ବାଘମରା କୁଲହସାହିର ବରଜୁ ପଧାନ(୬୦ ବର୍ଷ)।
ବରଜୁ ଶନିବାର ସକାଳ ୫ଟା ବେଳେ ଶୌଚ ହେବାକୁ ଘର ନିକଟସ୍ଥ ବିଲକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧଙ୍କ ପାଟି ଶୁଣି ହାତୀ ପଳାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ସହ ବୃଦ୍ଧଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଲୟରେ ଭର୍ତ୍ତି କରିଛନ୍ତି।