ଭୁବନେଶ୍ବର, ୧୫/୮ : ଭୁବନେଶ୍ବର ଝାରପଡ଼ା ମହାଦେବ ନଗରରେ ଘଟିଯାଇଛି ଅଭାବନୀୟ ଘଟଣା । ଦୀପରୁ ନିଆଁ ଲାଗି ଜନୈକ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ଶିଳ୍ପୀ ଦାସ ଗୁପ୍ତା ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଠାକୁର ପୂଜାବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ପରେ ଏହା ଦେଖି ଘର ଲୋକେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।