ସୁନ୍ଦରଗଡ,୧୩/୧୧ ଆଜି ସନ୍ଧ୍ୟାରେ ବଡଗାଁ ଥାନା ପୁଲିସ ଗରଗଡବାହାଲ ଗ୍ରାମରୁ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛି । ତାଙ୍କ ପରିଚୟ ଜଣା ପଡିନାହିଁ । ଉଦ୍ଧାର ହୋଇଥିବା ଏହି ବୃଦ୍ଧା ଜଣକ ମୁଣ୍ଡା ଭାଷାରେ କଥାବାର୍ତ୍ତା କରୁଛନ୍ତି । ତେବେ ସେ ତାଙ୍କ ପରିଚୟ ଦେଇ ପାରୁନାହନ୍ତି । ସ୍ଥାନୀୟ ଆଶା କର୍ମୀ ମାତିଲଦା କୁଲ୍ଲୁ ତାଙ୍କୁ ସୁରକ୍ଷିତ ଭାବେ ନିଜ ଘରେ ଆଶ୍ରୟ ଦେଇଛନ୍ତି । ଏହାପରେ ଦାଣ୍ଡଜମିରା ପଂଚାୟତର ସରପଂଚ ଗୋବର୍ଦ୍ଧନ ହାହା ପୁଲିସ ସହାୟତା ନମ୍ବର - ୧୧୨କୁ ଜଣାଇବା ପରେ ପୁଲିସ ଦଳ ସନ୍ଧ୍ୟା ୭ଟାରେ ଘଟଣାସ୍ଥଳକୁ ପଂହଚି ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ରାବଣଡିହି ବୃଦ୍ଧାଶ୍ରମରେ ପୁଲିସ ଛାଡିଛି ।