​​​​​​​ପୁରୀ, ୧୫।୯ : ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର ଶବ ହୋଇ ଆସିଥିବା ବୃଦ୍ଧା ଚେଇଁ ଉଠିଲେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ପୁରୀ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛିଗଞ୍ଜାମ ପୋଲସରା ଅଞ୍ଚଳର  ପି ଲଷ୍ମୀ (୮୭)ଙ୍କୁ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ପରିବାର ଲୋକ ସ୍ବର୍ଗଦ୍ବାର ନେଇକି ଆସିଥିଲେ l କିନ୍ତୁ ସେଠାରେ ପି ଲଷ୍ମୀ ହଠାତ ବଞ୍ଚିକି ଉଠିଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ହୋଇପଡ଼ିଥିଲେ l

ପି. ଲଷ୍ମୀଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ବର୍ଗଦ୍ୱାର କୁ ଆଣିଥିଲେ ସ୍ୱର୍ଗଦ୍ୱାରର କର୍ମଚାରୀମାନେ ମୃତକଙ୍କ ପରିବାରଙ୍କୁ ମେଡିକାଲ ରିପୋର୍ଟ ମାଗିଥିଲେ ତାଙ୍କ ପରିବାର ଲୋକ ରିପୋର୍ଟ ଆଣି ନ ଥିବାରୁ  ସ୍ବର୍ଗଦ୍ୱାରରେ ଶବ ଦାହ କରିନଥିଲେ  କିଛି ସମୟ ପରେ ସ୍ବର୍ଗଦ୍ୱାରର କର୍ମଚାରୀମାନେ ଶବ ପାଖକୁ ଯାଇଥିଲେ ସେଠାରେ ବୃଦ୍ଧା ଜଣକ ବଞ୍ଚିଥିବା ଦେଖିଥିଲେ l ଏହାପରେ ପି ଲଷ୍ମୀଙ୍କ ପରିବାର ଲୋକ ଓ ସ୍ୱର୍ଗଦ୍ୱାର ର କର୍ମଚାରୀ ମିଶି ପୁରୀ ସଦର ମୁଖ୍ୟ ଚିକିର୍ସାଲୟରେ ଭର୍ତ୍ତି କରାଇଛନ୍ତି l ପି.ଲଷ୍ମୀ ଏବେ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିର୍ସିତ ହେଉଛନ୍ତି l ସେପଟେ ପି, ଲଷ୍ମୀ ଙ୍କ ପରିବାର ଲୋକ କହିଛନ୍ତି ସ୍ବର୍ଗଦ୍ୱାରରେ ମୃତ ମା ଙ୍କ ଜୀବନ ଫେରିଛି ଏଭଳି ଘଟଣା ପୁରୀରେ ଏକ ଆଲୋଡନ ସୃଷ୍ଟି କରିଛି l