ପ୍ରମୂଖ ଖବର
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳି ହେବେ ଜୀବନସାଥୀ,ଏହି ଦିନ ପଡିବ ହାତଗଣ୍ଠି

Published By : Ankita S | March 15, 2025 2:53 PM

ନୂଆଦିଲ୍ଲୀ,୧୫/୦୩: ଚାଲିଛି ବିବାହ ଋତୁ । ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ସେଲିବ୍ରିଟି । ଏହାରି ଭିତରେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଭାରତୀୟ ହକି ପ୍ଲେୟାର ମନଦୀପ ସିଂହ । ଜଣେ ହକି ଖେଳାଙ୍କୁ ଜୀବନସାଥୀ କରିବେ ମନଦୀପ । ମାର୍ଚ୍ଚ ୨୧ ତାରିଖରେ ମନଦୀପ ସିଂହ ମହିଳା ହକି ଖେଳାଳି ଉଦିତା କୌରଙ୍କୁ ବିବାହ କରିବେ ।

ଟିମ୍ ଇଣ୍ଡିଆର ଦୁଇ ହକି ଖେଳାଳି ପରସ୍ପରକୁ ଜୀବନସାଥୀ କରିବାକୁ ଯାଉଛନ୍ତି । ପଞ୍ଜାବ ଜଳନ୍ଧରର ଭାରତୀୟ ହକି ଖେଳାଳି ମନଦୀପ ସିଂହଙ୍କର ହାତଗଣ୍ଠି ପଡିବ । ଅଲମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ବ କରିଥିବା ମନଦୀପ ସିଂହ ମହିଳା ଅଲମ୍ପିକ୍ସ ଖେଳାଳି ଉଦିତା କୌରଙ୍କୁ ବିବାହ କରିବେ । ହରିୟାଣାର ହିସାରରେ ଉଦିତାଙ୍କ ଘର । ଦୁଇ ଅଲମ୍ପିକ ପ୍ଲେୟାରଙ୍କ ବାହାଘର ମାର୍ଚ୍ଚ ୨୧ ତାରିଖରେ ଜନନ୍ଧର ମଡେଲ ଟାଉନ ସ୍ଥିତ ଶ୍ରୀ ଗୁରୁଦ୍ବାର ସିଂହ ସଭାରେ ହେବ । ମାର୍ଚ୍ଚ ୨୨ରେ ରିସେପସନ ପାର୍ଟି ରହିଛି । ଦୁଇଜଣଙ୍କ ପରିବାର ବିବାହ ପ୍ରସ୍ତୁତିରେ ଲାଗି ପଡିଛନ୍ତି । 

ଅଧିକ ପଢନ୍ତୁ...ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ବିଶାଳ ରେକର୍ଡ କଲା ‘ଜିଓ ଷ୍ଟାର’

ଉଦିତା କୌରଙ୍କ କ୍ୟାରିୟର-  ଭାରତୀୟ ମହିଳା ହକି ଦଳର ଡିଫେଣ୍ଡର ଉଦିତା ୨୦୧୭ରେ ସିନିୟର ଲେବଲରେ ଡେବ୍ୟୁ କରିଥିଲେ । ୨୦୧୮ରେ ଉଦିତା ଏସିଆ ଗେମ୍ସରେ ସିଲଭର,୨୦୨୨ କମନୱେଲଥ ଗେମ୍ସରେ ବ୍ରୋଞ୍ଚ ଓ ୨୦୨୩ ଏସିଆ ଚାମ୍ପିଅନ୍ସ ଟ୍ରଫିରେ ଗୋଲ୍ଡ ମେଡାଲ ଜିତିଥିବା ଦଳରେ ସାମିଲ ଥିଲେ । ୨୦୨୧ରେ ଟୋକିଓ ଅଲମ୍ପିକ୍ସରେ ଭାରତକୁ ଐତିହାସିକ ଚତୁର୍ଥ ସ୍ଥାନ ଦେବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଗତବର୍ଷ ମହିଳା ହକି ଇଣ୍ଡିଆ ଲିଗରେ ଦାମୀ ଖେଳାଳି ଥିଲେ । ଅନ୍ତର୍ଜାତୀୟ ସ୍ଥରରେ ମଧ୍ୟ ଉଦିତାଙ୍କର ବହୁତ ଭଲ ପ୍ରଦର୍ଶନ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.