ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଦୁଃଖରେ ପରିଣିତ ହେଲା ମନୁ ଭାକରଙ୍କ ଖୁସି, ସଡକ ଦୁର୍ଘଟଣାରେ ମାମୁଁ ଓ ଆଈଙ୍କର ମୃତ୍ୟୁ

Published By : Prameya | January 19, 2025 7:32 PM

ନୂଆଦିଲ୍ଲୀ,୧୯।୧: ଅଲମ୍ପିକ ପଦକ ବିଜେତା ମନୁ ଭାକରଙ୍କ ମାମୁଁ ଓ ଆଈଙ୍କ ସଡକ ଦୁର୍ଘଟଣାରେ ମଢତ୍ୟୁ। ଦ୍ରୁତ ଗତିରେ ଆସୁଥିବା ଏକ କାର ତଙ୍କ ସ୍କୁଟିକୁ  ଦେଇଥିଲା ଜୋରଦାର ଟକ୍କର। ଘଟଣାଟି ଚରଖି ଦାଦରିରେ ଘଟିଛି। ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ କାର ଚାଳକ ଫେରାର ହୋଇଯାଇଛି ଓ ପୋଲିସ ତା’ର ସନ୍ଧାନରେ ଅଛି। ମନୁ ଭାକରଙ୍କୁ ନିକଟରେ ରାଷ୍ଟ୍ରପତିଙ୍କ ଦ୍ବାରା ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଖୁସିରେ କିଛି ଦିନ ପରେ ତାଙ୍କ ପରିବାରରେ ଏହି ଦୁଃଖଦ ଘଟଣା ଘଟିଛି।

ମନୁଙ୍କ ମାମୁଁ ଯୁଦ୍ଧବୀର ଆଜି ସକାଳେ ନିଜ ମା’ ସାବିତ୍ରୀଙ୍କ ସହ ସ୍କୁଟିରେ ଯାଉଥିଲେ। ଯୁଦ୍ଧବୀର ହରିୟାଣା ରୋଡ୍‌ରେଜ୍‌ରେ ଚାଳକ ଥିଲେ ଓ ଡ୍ୟୁଟିକୁ ଯାଉଥିଲେ। ସାବିତ୍ରୀ ନିଜ ସାନ ପୁଅ ଘର ଲୋହାରୁ ଛକକୁ ଯାଉଥିଲେ। ମହେନ୍ଦ୍ରଗଡ ବାଇପାସ୍‌ ରୋଡ୍‌ରେ କାଲିୟାଣା ଛକରେ ଦ୍ରୁତ ଗତିରେ ଆସୁଥିବା କାର ରଙ୍ଗ ରୁଟ୍‌ରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ସ୍କୁଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ୫୦ ବର୍ଷୀୟ ଯୁଦ୍ଧବୀର ଓ ୬୫ ବର୍ଷୀୟ ସାବିତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ‌ହୋଇଛି। କାର ମଧ୍ୟ ଘଟଣାସ୍ଥଳରେ ଓଲଟି ଯାଇଛି। ପୋଲିସ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା କାର ଚାଳକର ସନ୍ଧାନରେ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.