ନୂଆଦିଲ୍ଲୀ,୨୦/୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌଟାଲାଙ୍କ ଦେହାନ୍ତ । ୮୯ ବର୍ଷ ବୟସରେ ସେ ଗୁରୁଗ୍ରାମରେ ଥିବା ନିଜସ୍ବ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  ତେବେ ଓମ୍‌ପ୍ରକାଶ ୪ଥର ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲେ। ସେ ଡିସେମ୍ବର ୨, ୧୯୮୯ ରେ ପ୍ରଥମ ଥର ପାଇଁ ସିଏମ୍ ହୋଇଥିଲେ ଏବଂ ୧୭୧ ଦିନ ଏହି ପଦବୀରେ ରହିଲେ। 

ଏହା ପରେ, ସେ ଜୁଲାଇ ୧୨, ୧୯୯୦ ରେ  ପାଞ୍ଚ ଦିନ ପାଇଁ  ସିଏମ୍ ରହିଲେ।ଏହା ପରେ ସେ ପୁଣି ୨୨ ମାର୍ଚ୍ଚ ୧୯୯୧ ରେ  ୧୫ ଦିନ ପାଇଁ ସିଏମ୍ ହୋଇଥିଲେ ।ଓମ୍ ପ୍ରକାଶ ପୁନର୍ବାର ୨୪ ଜୁଲାଇ ୧୯୯୯ରେ ସିଏମ୍ ଚେୟାରରେ ବସି ୨ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ରହିଲେ।ସେହିପରି ଓମ୍ ପ୍ରକାଶଙ୍କ ପିତା ଦୁଇଥର ହରିୟାଣାର ସିଏମ୍ ଥିଲେ। ସେ ଜୁନ୍ ୨୧, ୧୯୭୭ ରେ ପ୍ରଥମ ଥର ପାଇଁ ସିଏମ ହୋଇଥିଲେ ଏବଂ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ ।  ବର୍ତ୍ତମାନ  ଚୌଟାଲା ପରିବାରର ତୃତୀୟ ପିଢା ବି ହରିୟାଣା ରାଜନୀତିରେ ଅଛନ୍ତି। ଆଜିକାଲି  ଚୌଟାଲା ପରିବାରକୁ ଦୁଇଟି ଦଳରେ ବିଭକ୍ତ ଥିବା ଦେଖିବାକୁ ମିଳୁଛି ।