ଭୁବନେଶ୍ବର,୨୫।୮ : ବ୍ରହ୍ମପୁର କମାପଲ୍ଲୀ ଓଭର ବ୍ରିଜ ତଳ ଜେଲ ସମ୍ମୁଖରୁ ବୋମା ଏବଂ ଖଣ୍ଡା ଜବତ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଶ୍ରୀକାନ୍ତ ପଣ୍ଡା । ମେ ମାସ ୧୭ ତାରିଖ ରାତିରେ ଜେଲ ସମ୍ମୁଖରୁ ୩ ଟି ବୋମା ଓ ୫ ଟି ଖଣ୍ଡାକୁ ଜବତ କରିଥିଲା ପୁଲିସ।
ଜେଲରୁ ଜଣେ ମୁକୁଳି ବାହାରକୁ ଆସିବା ବେଳେ ହତ୍ୟା କରିବା ପାଇଁ ଅଭିଯୁକ୍ତମାନେ ଯୋଜନା କରିଥିଲେ। ଏଥିପାଇଁ ଶ୍ରୀକାନ୍ତ ପଣ୍ଡା ୪ଟି ବୋମା ଏବଂ ପ୍ରଶାନ୍ତ ସେଠୀ ୮ଟି ଖଣ୍ଡା ଯୋଗାଇଥିଲେ। ଅଭିଯୁକ୍ତମାନେ ହତ୍ୟା ଉଦ୍ଦେଶ୍ୟରେ ସର୍କଲ ଜେଲ୍ ନିକଟରେ ଅପେକ୍ଷା କରିଥିଲେ । କିନ୍ତୁ ସେଦିନ ଜେଲରୁ ଉକ୍ତ ବ୍ୟକ୍ତି ଜଣକ ମୁକୁଳି ବାହାରକୁ ଆସି ନଥିଲେ। ଫଳରେ ଅଭିଯୁକ୍ତମାନେ କମାପାଲି ଓଭରବ୍ରିଜ୍ ତଳେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ପରବର୍ତ୍ତି ସମୟରେ ପୁଲିସ ଏହାକୁ ଜବତ କରିବା ସହ ବୋମା ନିଷ୍କ୍ରିୟକାରୀ ଟିମ ଦ୍ୱରା ବୋମା ଗୁଡିକୁ ନିଷ୍କ୍ରିୟ କରିଥିଲା। ଗିରଫ ଶ୍ରୀକାନ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।