ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭୁବନେଶ୍ବରରେ ବାଣ ବିସ୍ଫୋରଣ ଘଟଣା : ଜଣେ ଗିରଫ

Published By : Suraj Kumar | November 13, 2024 4:39 PM

ଭୁବନେଶ୍ବର, ୧୩।୧୧ :ଇନଫୋସିଟି  ଥାନା ଅଧୀନ ଚୁନିକେଳି ବସ୍ତିରେ ବାଣ ବିସ୍ଫୋରଣ ଘଟଣାରେ ଜଣଙ୍କୁ ପୋଲିସ ଗିରଫ କରିଛି। ଚୋରାରେ ବାଣ ବ୍ୟବସାୟ କରୁଥୁବା ଋତୁରାଜ ପଟ୍ଟନାୟକଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ରୁତୁରାଜଙ୍କୁ ତାଙ୍କ ନିଜ ଗାଁ ଜଗତସିଂହପୁର ଅଞ୍ଚଳରୁ ଗିରଫ କରାଯାଇଛି । ତେବେ ବାଣ ଗୋଦାମର ମାଲିକ ରୁତୁରାଜଙ୍କ ବାପା ଏବେବି ଫେରାର ରହିଛନ୍ତି। ଏଠାରୁ ଜବତ ବାଣର ନମୂନା ଫୋରେନସିକ ଲ୍ୟାବକୁ କମିଶନରେଟ ପୋଲିସ  ପଠାଇଛି ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ, ଇମ୍ଫୋସିଟି  ଥାନା ଅଧୀନ ଚୁନିକେଳି ବସ୍ତିରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ ଘରର ଛାତ ଓ ଛପର ଉଡିଯାଇଥିଲା। ଏପରକି ବିସ୍ଫୋରଣରେ ଘରର କାନ୍ଥ ଖଣ୍ଡ ବହୁ ଦୂରକୁ ଛିଟିକି ପଡିଥିଲା। ହୁତୁ ହୁତ ହୋଇ  ଜଳିଥିଲା ବିପୁଳ ବାଣ ପ୍ରସ୍ତୁତି ସାମଗ୍ରୀ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ।  ନିଆଁ ଲିଭାଇବା ପରେ ଅଗ୍ନିଶମ ବାହିନୀ ଅଞ୍ଚଳର ସୁରକ୍ଷା ପାଇଁ ଉକ୍ତ ଘରେ ପଶି ଯାଞ୍ଚ କରିଥିଲେ। ଘର ଭିତରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା।   ଉକ୍ତ ଘରକୁ ପୋଲିସ ସିଲ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.