ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୀମାରେ ବାଂଲାଦେଶୀ ଦୁର୍ବୃତ୍ତଙ୍କ ପଥରମାଡରେ ବିଏସଏଫ ଯବାନ ଆହତ, ଚୋରା ଚାଲାଣକାରୀଙ୍କୁ ଦେଉଛନ୍ତି ମୁହଁତୋଡ ଜବାବ…

Published By : Ladu Kishor | January 21, 2025 11:01 PM

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏହି ସମୟରେ ସୀମାରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି। କୁଚବିହାରର ନାରାୟଣଗଞ୍ଜ ସୀମା ଆଉଟପୋଷ୍ଟରେ ପାଟ୍ରୋଲିଂ କରୁଥିବା ସମୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ବାରା ପଥର ମାଡ଼ ହେବା ଫଳରେ ଜଣେ ବିଏସଏଫ ଯବାନଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି। ଘଟଣାଟି ଗତକାଲି (ସୋମବାର) ଘଟିଛି,  ଯେତେବେଳେ ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ଭାରତୀୟ ସୈନିକଙ୍କ ଉପରେ ପଥର ମାଡ଼ କରିଥିଲେ।

ସୂଚନା ମୁତାବକ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ନିୟୋଜିତ ବିଏସଏଫ ସୈନିକ ମାନେ ବାଂଲାଦେଶ ସୀମାରେ ବାଡ଼ ନିକଟରେ ବହୁ ସଂଖ୍ୟକ ଦୁର୍ବୃତ୍ତଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରିଥିଲେ। ଏହି ଲୋକମାନେ ବେଆଇନ ଭାବରେ ଏବଂ ଜାଣିଶୁଣି ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରିଥିଲେ ଏବଂ ସେମାନଙ୍କର ଭାରତୀୟ ସହଯୋଗୀ ମାନଙ୍କ ସହାୟତାରେ ନିଷିଦ୍ଧ ଜିନିଷ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ।

ତେବେ ସତର୍କ ବିଏସଏଫ ଯବାନମାନେ ସେମାନଙ୍କୁ ସେମାନଙ୍କର ବେଆଇନ କାର୍ଯ୍ୟକଳାପ ବନ୍ଦ କରି ବାଂଲାଦେଶୀ ଅଞ୍ଚଳକୁ ଫେରିଯିବାକୁ ଚ୍ୟାଲେଞ୍ଜ କରିଥିଲେ। ତଥାପି, ବାଂଲାଦେଶୀ ଦୁର୍ବୃତ୍ତମାନେ ବାରମ୍ବାର ମୌଖିକ ଚେତାବନୀକୁ ଅଣଦେଖା କରିଥିଲେ । ଚୋରା ଚାଲାଣକାରୀ ମାନେ ବିଏସଏଫ ଯବାନଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ସେମାନଙ୍କ ଉପରେ ପଥର ମାଡ଼ ଆରମ୍ଭ କରିଥିଲେ । 

ବାଂଲାଦେଶୀ ଦୁର୍ବୃତ୍ତ ମାନଙ୍କ ପଥର ମାଡ଼ ଯୋଗୁଁ ଜଣେ ବିଏସଏଫ ଯବାନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ବିଏସଏଫ ହସ୍ପିଟାଲକୁ ପଠାଯାଇଥିଲା । ଚୋରା ଚାଲାଣକାରୀଙ୍କୁ ରୋକିବା ଏବଂ ଘଉଡ଼ାଇବା ପାଇଁ ମୁହଁତୋଡ ଯବାବ ଦେଇଥିଲେ। 

 

 

 

 

.

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.