ପାଟଣାଗଡ଼, ୨।୧୨ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଓଡ଼ିଆପାଲି ଗାଁରେ ଅଭାବନୀୟ ଘଟଣା। ଦେଶୀ ମଦ ପିଇ ମୃତ୍ୟୁ ହୋଇଥିବା ଅଭିଯୋଗ। ଦେଶୀ ରନ୍ଧାମଦ ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଓଡ଼ିଆପାଲି ଗାଁର ସୁରୁ ମାଝି। ଗୁରୁତରମାନେ ହେଲେ ହରି ମାଝୀ ଓ ଦୁଲ୍ଲଵ ନାଏକ। ଗୁରୁତରମାନଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମୃତକଙ୍କ ଶବ ଜବତ କରି ଅଧିକ ତଦନ୍ତ ଜାରିରଖିଛି ଖପ୍ରାଖୋଲ ପୁଲିସ।
ଖପ୍ରାଖୋଲ ଥାନା ଓଡ଼ିଆପାଲି ଗାଁର ବେଲାରସିଂ ମାଝୀ ତାଙ୍କ କ୍ଷେତରେ ପୂଜାପରେ ଖାଇବା ପାଇଁ କିଛି ଲୋକଙ୍କୁ ଡାକିଥିଲେ। ଖାଇବା ପୂର୍ବରୁ କିଛି ଲୋକ ଦେଶୀ ରନ୍ଧା ମଦ ପିଇଥିଲେ। ଏଥିରେ ତିନିଜଣ ଗୁରୁତର ହୋଇଥିଲେ। ତିନିଜଣଙ୍କୁ ଉଦ୍ଧାରକରି ପରିବାର ଲୋକ ପାଟଣାଗଡ଼ ଡାକ୍ତରଖାନା ଆଣିଥିଲେ। ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତରମାନେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ଦେଶୀ ମଦ ପିିିିିଇ ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି। ପୁଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।